ବିଦ୍ୟୁତ ଦର ବୃଦ୍ଧି ନେଇ ଗୃହରେ ହୋ-ହାଲ୍ଲା, ୧୧.୩୦ ଯାଏ ମୁଲତବୀ

ଭୁବନେଶ୍ୱର, ଆଜି ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହୋ-ହାଲ୍ଲା ଦେଖିବାକୁ ମିଳିଥିଲା । ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପି କର୍ମୀ ହୋ- ହାଲ୍ଲା କରିଥିଲେ । ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ଗୃହ ମଧ୍ୟରେ କଂଗ୍ରେସ କର୍ମୀ ହଟ୍ଟଗୋଳ କରିଛନ୍ତି ଏବଂ PMAYରେ BPGY ଲୋଗୋ ଲଗାଯିବା ପ୍ରସଙ୍ଗରେ ବିଜେପି କର୍ମୀ ହଟ୍ଟଗୋଳ କରିଛନ୍ତି ।ଏନେଇ ଗୃହ ୧୧.୩୦ ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତ ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର ।

Leave A Reply

Your email address will not be published.