You are currently viewing ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

  • Post category:ଓଡିଶା
  • Reading time:1 mins read

କୋରାପୁଟ(୨୬.୧.୨୩) : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡକ୍ରିବେଢାରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି । ଏଠାରେ ଜଣେ ଲୋକ ସ୍ତ୍ରୀକୁ ହତ୍ୟା କରିଛନ୍ତି । ଦମ୍ପତିଙ୍କ ତୀବ୍ର କଳହ ଲାଗିରହିଥିଲା । ଏହି ପାରିବାରିକ କଳହ ଏପରି ରୂପ ନେଇଥିଲା ସ୍ୱାମୀ ଅଜୟ ମୁଦୁଲି ତାଙ୍କ ସ୍ତ୍ରୀ ମମି ଝଡିଆଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ପୁଲିସ ଅଜୟଙ୍କୁ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି। ଏହି ଘଟଣା କୋରାପୁଟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।