ଗଜପତି ୨୫/୦୫, ଚାଷ ଜମିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା । ଆଉ ବଚସାରୁ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ପିଶାଚ ସ୍ୱାମୀ । ହତ୍ୟା କରିବାପରେ ସ୍ତ୍ରୀର କଟାମୁଣ୍ଡ ଆଣି ଘର ସାମ୍ନାରେ ରଖିଲା । ଏହିଭଳି ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ ସାରା ଗାଁରେ । ସ୍ୱାମୀ ସ୍ତ୍ରୀ ଜମିରେ ଚାଷ କରିବାପାଇଁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।ସାମାନ୍ୟ ବଚସାରୁ ଛତ୍ୟକ୍ତ ହୋଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ପିଶାଚ ସ୍ୱାମୀ । ମୃତ ଦେହ ଚାଷ ଜମିରେ ପଡି ରହିଥିବା ବେଳେ ମୁଣ୍ଡ ନେଇ ଘରେ ପହଂଚିଥିଲା ଅଭିଯୁକ୍ତ । ଉଭୟଙ୍କ ବିବାହ ୪ବର୍ଷ ହୋଇଥିବା ବେଳେ ପ୍ରତିଦିନ କିଛି ନା କିଛି କାରଣରୁ ଝଗଡା ଲାଗିରହୁଥିଲା । ଆଉ ଏବେ ପୁଣି ଚାଷ ଜମିରେ ଝଗଡା ବେଳେ ସ୍ତ୍ରୀ ମୁଣ୍ଡ କାଟି ଦେଇଛି ସ୍ୱାମୀ । ଘଟଣାସ୍ଥଳରେ ପୁଲିସ ପହଂଚି ଅଭିଯୁକ୍ତକୁ ଅଟକ ରଖିଥିବ ବେଳେ ଅଧିକ ଛାନଭିନ୍ ଆରମ୍ଭ କରିଛି ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ