You are currently viewing ଯୁଗ୍ମ ଶ୍ରମକମିଶନର ଭୂଲିଗଲେ ସବୁ ନିୟମ !

ଯୁଗ୍ମ ଶ୍ରମକମିଶନର ଭୂଲିଗଲେ ସବୁ ନିୟମ !

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୦/୦୧, ଆପୋଲ ହସ୍ପିଟାଲ ଭୁବନେଶ୍ୱରରେ ‘ଆପୋଲ ହସ୍ପିଟାଲ ମଜଦୁର ସଂଘ’ ନାମରେ ଏକ ସଂଘକୁ ଅନ୍ୟାୟ ଭାବେ ଯୁଗ୍ମ ଶ୍ରମ ଆୟୁକ୍ତ ଦେଇଥିବା ରେଜିଷ୍ଟ୍ରେସନ ନମ୍ବରକୁ କେନ୍ଦ୍ର କରି ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଆପୋଲ ହସ୍ପିଟାଲ ଏଣ୍ଟର ପ୍ରାଇଜେସ୍ ଆଣ୍ଡ ଫାର୍ମାସୀ ଏମ୍ପାଇଜ ୟୁନିୟନ ତରଫରୁ ଏକ ଗଣ ଧାରଣା ସଂଘର ସାଧାରଣ ସମ୍ପାଦକ ରାଧାକାନ୍ତ ମାଝୀ ଓ କାର୍ଯ୍ୟହାରୀ ସଭାପତି ଶ୍ରୀ ରାଜେଶ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦୦ ଉର୍ଦ୍ଧ୍ୱ ଆପୋଲ ହସ୍ପିଟାଲ ଏଣ୍ଟର ପ୍ରାଇଜେସ ଆଣ୍ଡ ଫାମାର୍ସୀ ଏମ୍ପାଇଜ ୟୁନିୟନ ତରଫରୁ ଦିଆଯାଇଥିବା ଅଭିଯୋଗକୁ ଶୁଣାଣି ନ କରି ମାନ୍ୟବର ହାଇକୋର୍ଟ ଓଡିଶାଙ୍କ ପାଖରେ ଉକ୍ତ କେସ୍ ବିଚାରଧୀନ ଥିବା ବେଳେ ଶ୍ରମ ଆୟୁକ୍ତ ରେଜିଷ୍ଟ୍ରେସନ ନମ୍ବର ଦେଇଥିବା କାରଣରୁ ନାରାବାଜି କରିଥିଲେ ।

ପରିଶେଷରେ ବିଭାଗୀୟ ଶ୍ରମ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଉକ୍ତ ପ୍ରତିବାଦ ଧାରଣାରେ ବିଜୁ ଶ୍ରମିକ ସାମୂକ୍ଷ ଭୁବନେଶ୍ୱରର ସାଧାରଣ ସମ୍ପାଦକ ବିକ୍ରମ ନାୟକ, ସଂଘର ସାଧାରଣ ସମ୍ପାଦକ ରାଧାକାନ୍ତ ମାଝୀ , ସଂଘର କର୍ଯ୍ୟକାରୀ ସଭାପତି ରାଜେଶ ପଣ୍ଡାଙ୍କ ସମେତ ଶିବ ପ୍ରସାଦ ମୁଦୁଲୀ ,ନଳିନୀକାନ୍ତ ସାମଲ,ଚନ୍ଦନ କୁମାର ବେହରା,ଜୟକୃଷ୍ଣ ସାହୁ, ସନ୍ତୋଷ ପରିଡା,ରାଜୀବ ନାୟକ, କୁମୁଦୁନୀ ନାୟକ, ଗଗନ ବିହାରୀ ମହାନ୍ତି ,ଅସର ସ୍ୱାଇଁ, ବିଭୂତି ଭୋଇ ପ୍ରଭୁତି ଅଂଶ ଗ୍ରହଣ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।