ପୁରୀ: କରୋନା ମହାମାରୀ ତାର କାୟା ବିସ୍ତାର କରିବା ପରେ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ବା ଦେଶରେ ଲକଡାଉନ କରାଯାଇଥିଲା । ଏନେଇ ରାଜ୍ୟରେ ଏବଂ ଦେଶରେ ସମସ୍ତ ସ୍କୁଲ, କଲେଜ , ବିଭିନ୍ନ ଶିକ୍ଷାନୁଷ୍ଠାନ, ସପିଙ୍ଗ ମଲ ଏବଂ ଧର୍ମାନୁଷ୍ଠାନକୁ ବନ୍ଦ କରି ଦିଆଯାଇଥିଲା । କିନ୍ତୁ ରାଜ୍ୟରେ କରୋନା ଧିରେ ଧିରେ ସୁଧୁରିବାକୁ ଲାଗୁଛି ତେଣୁ ରାଜ୍ୟରେ ଧିରେ ଧିରେ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଧର୍ମାନଷ୍ଠାନ ଖୋଲିବା ଲାଗି ନିଷ୍ପତ୍ତି ନିଆଯାଉଛି । ତେବେ ଧର୍ମାନୁଷ୍ଠାନ ଖୋଲିବା ଲିଷ୍ଟରେ ସାମିଲ ହୋଇଛି ଆଉ ଏକ ମନ୍ଦିର । ତେବେ ଆସନ୍ତା ୨୩ ତାରିଖରୁ କାକଟପୁର ମା’ ମଙ୍ଗଳା ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମନ୍ଦିରରେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯିବ ବୋଲି କୁହାଯାଇଛି । ଯେପରିକି, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା , ଏବଂ ସାନିଟାଇଜରର ବ୍ୟବହାର କରିବା ଇତ୍ୟାଦି । ବୃଦ୍ଧ,ଗର୍ଭବତୀ ମହିଳା ଏବଂ ଛୋଟ ଶିଶୁଙ୍କୁ ଗହଳିରୁ ଦୂରେଇ ରହିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛନ୍ତି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା