You are currently viewing ଗ୍ରୃହରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ

ଗ୍ରୃହରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୨୪.୩.୨୩) : ମେକ୍ ଇନ ଓଡ଼ିଶାରେ ଓଡ଼ିଶାକୁ ଆସିଥିବା ପୁଞ୍ଜିନିବେଶକୁ ନେଇ ଗୃହରେ ବଡ ବୟାନ ରଖିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଗୃହରେ ପ୍ରତାପ ଦେବ କହିଛନ୍ତି, ଗତ ୨ଟି ମେକ୍ ଇନ ଓଡ଼ିଶା ସଂସ୍କରଣରେ ୨୮୬ ପ୍ରସ୍ତାଵ ଆସିଥିବା ବେଳେ ମାତ୍ର ୧୫ ଶିଳ୍ପ ସଂସ୍ଥା କାର୍ଯ୍ୟକ୍ଷମ ହୋଇ ପାରିଛି ସେମାନେ ତାଙ୍କ କାମ ଆରମ୍ଭ କରିଛନ୍ତି । ମେକ୍ ଇନ୍ ଓଡ଼ିଶା ୨୦୧୬ରେ ୮୪ ଶିଳ୍ପ ପ୍ରସ୍ତାବ ଆସିଥିଲା । ଯେଉଁଥିରେ ୨ଲକ୍ଷ୩୨ହଜାର୩୫ କୋଟିର ପୁଞ୍ଜି ନିବେଶ ଲକ୍ଷ୍ୟ ଥିଲା । ୫୮ ଶିଳ୍ପକୁ ଅନୁମୋଦନ ମିଳିଥିଲା । ୨୭ ଶିଳ୍ପ କାମ ଚଳାଇଛନ୍ତି । ୪ ଶିଳ୍ପ ଉତ୍ପାଦନ ଆରମ୍ଭ କରିଥିବାବେଳେ ୮ ଟି ଖୁବ ଶୀଘ୍ର ଉତ୍ପାଦନ ଆରମ୍ଭ କରିବେ ।ସେହିପରି ମେକ ଇନ ଓଡ଼ିଶା ୨୦୧୮ରେ ୨୦୨ ଶିଳ୍ପ ପ୍ରସ୍ତାବ ଆସିଥିଲା । ଯେଉଁଥିରୁ ୪ଲକ୍ଷ୨୩ହଜାର୧୧୫କୋଟିର ନିବେଶ ଲକ୍ଷ୍ୟ ଥିଲା । ୧୦ଶିଳ୍ପକୁ ଅନୁମୋଦନ ମିଳିଛି । ୭୧ ଶିଳ୍ପର କାମ ଚାଲିଛି । ୧୧ ଶିଳ୍ପ ଉତ୍ପାଦନ ଆରମ୍ଭ କରିଛନ୍ତି । ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ । ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭% ରହିଛି । ରାଜ୍ୟରେ ନୂତନ ଶିଳ୍ପ ନୀତି ୨୦୨୨ ଗତ ଡିସେମ୍ବରରୁ ପ୍ରାଣୟନ ହେଉଛି । ମେକ ଇନ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି । ଏହା କାର୍ୟ୍ୟକ୍ଷମ ହେଲେ, ୧୦ଲକ୍ଷ ୪୮ ହଜାର ୮୦୭ କୋଟି ପୁଞ୍ଜି ନିବେଶ ଆସିବ । ଏଥିରେ ୧୦ ଲକ୍ଷ ୩୭ ହଜାର ୮୦୧ନିଯୁକ୍ତି ସୃଷ୍ଟି ହେବ । ଏ ଯାଏଁ ୧୫୬ ବୃହତ ଶିଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ୭ଟି ବୃହତ ଶିଳ୍ପ ଡାଉନଷ୍ଟ୍ରିମ ଆଲୁମିନିୟମ କାର୍ଯ୍ୟକାରୀ ହେଉଛି ।ତେବେ କ୍ୟାପିଟାଲ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କମିବାର କାରଣ ହେଉଛି ଯେ ବଡ଼ ବଡ଼ ଶିଳ୍ପ ସଂସ୍ଥା ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି, ମାନବ ସମ୍ବଳକୁ ନୁହେଁ । କାରଣ ସେମାନେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି । ଏପରି ସ୍ଥିତିରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଆବଶ୍ୟକ । ଏଥିପାଇଁ ୩୬ ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି । ଯେଉଁଥିରେ ଅଧିକାଂଶ ଟାଟା କମ୍ପାନୀର । ସେମାନଙ୍କୁ କଳିଙ୍ଗନଗରରେ ଜାଗା ଦିଆଯାଇଛି ଓ ସେମାନେ କାମ ଆରମ୍ଭ କରିଥିବା ନେଇ ଗୃହରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ସେହିପରି ପାରାଦ୍ୱୀପକୁ ପେଟ୍ରୋକେମିକାଲ ହବ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।