ଭୁବନେଶ୍ୱର: ଆଜି ‘ପରୀକ୍ଷା ଦର୍ପଣ’ ପୁସ୍ତକର ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ପିଲାଙ୍କୁ ମିଳିବ ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ପୁସ୍ତକ |ଜିଲ୍ଲାର ଉପାନ୍ତ ବ୍ଲକ ପିଲାଙ୍କୁ ପ୍ରଥମେ ପ୍ରାଥମିକତା ଦେବାକୁ ବ୍ୟବସ୍ଥା କରାଯାଇଛି | ତେବେ ସୂଚନା ଥାଉ କି ଫେବ୍ରୁଆରି ୧୨ ସୁଦ୍ଧା ସମସ୍ତ DEOଙ୍କ ପାଖରେ ବହି ପହଞ୍ଚିବ ଓ ପରେ ଫେବୃୟାରୀ ୧୫ ଭିତରେ ସବୁପିଲାଙ୍କ ପାଖରେ ବହି ପହଞ୍ଚାଇବା ଲକ୍ଷ୍ୟ ରହିଛି । ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲାକୁ ୫୦ ହଜାର ବହି ପଠାଯାଇଛି । ସେହି ୪ ଜିଲ୍ଲା ଗୁଡିକ ହେଲା ନୂଆପଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର | ପ୍ରଥମେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ବହି ଦିଆଯିବ । ଜିଲ୍ଲା ଶିକ୍ଷା ଅଧିକାରୀ ବହି ବଣ୍ଟନର ପ୍ରତ୍ୟକ୍ଷଭାବେ ତତ୍ବାବଧାନ କରିବେ ।
‘ପରୀକ୍ଷା ଦର୍ପଣ’ ପୁସ୍ତକର ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ
- Post published:January 27, 2021
- Post category:ଓଡିଶା
- Reading time:1 mins read