You are currently viewing ରାଜ୍ୟରେ ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ : ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

ରାଜ୍ୟରେ ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ : ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର (ଏଏନଏସ) : ରାଜ୍ୟରେ ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ। ଆଉ ଚାଲିବନି ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ। ରାଜ୍ୟରେ ନୂଆ ‘ଓ’ଛାତ୍ରବୃତ୍ତି ବନ୍ଦ କରାଯିବା ନେଇ ଆଜି ବିଧାନସଭା ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୁଚନା ଦେଇଛନ୍ତି। ସେ କହିଛନ୍ତି , ରାଜ୍ୟରେ ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ଆରମ୍ଭ ହେବ। ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ। ଏଥିରେ ପିଜି-ୟୁଜି ପିଲାଙ୍କ ପାଇଁ ଆସିବ ନୂଆ ଯୋଜନା। ସେମାନଙ୍କୁ ନୂଆ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏନେଇ ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବାର କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।

 

ଅନ୍ୟମାନଙ୍କୁ ଜଣାନ୍ତୁ।