ପୁରୀ(ଏଏନଏସ): ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ| ମରାମତି କାର୍ଯ୍ୟ ପାଇଁ ପ୍ରଥମେ ତିଆରି ହେବ ୱାର୍କିଂ ପ୍ଲାଟଫର୍ମ। ନୀତିକାନ୍ତ ନଥିବା ବେଳେ ଏହି ମରାମତି କାର୍ଯ୍ୟ କରାଯିବ। ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ମରାମତି କାର୍ଯ୍ୟ ହେବ। ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ। ମରାମତି କାମ ବେଳେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ।
ଅନ୍ୟପଟେ କାର୍ତ୍ତିକ ମାସ ସରିଲେ, ପୂର୍ଣ୍ଣ ସମୟ ମରାମତି କାର୍ଯ୍ୟ କରାଯିବ ବୋଲି ବୈଠକରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି। ସୂଚନାଯୋଗ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଏସଆଇ ପକ୍ଷରୁ ନାଟମଣ୍ଡପ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ଅପରାହ୍ଣରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ମଧ୍ୟରେ ବସିଥିବା ବୈଠକରେ ନାଟମଣ୍ଡପ ମରାମତି ନେଇ ନିଷ୍ପତ୍ତି ହୋଇଛି।