You are currently viewing ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ଭୁବନେଶ୍ୱର, ଆଜି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା । ପ୍ରାୟ ୩ଲକ୍ଷ ୩୪ହଜାର ୫୦୦ଡୋଜ ଆସିବ ବୋଲି ବ୍ୟବସ୍ଥା ରହିଛି । ଅପରାହ୍ନ ସମୟରେ ଆସି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବ ବୋଲି ସୂଚନା ମିଳୁଛି । ଏସବୁ ଟିକା ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ଦେଶ୍ୟରେ ଆସୁଛି । ଯେଉଁମାନେ ଏହି ଟିକା ନେବାକୁ ବାରଣ କରିବେ ପରବର୍ତ୍ତୀ ସମୟରେ ସେମାନଙ୍କୁ ମାଗଣାରେ ଟିକା ଦିଆଯିବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରକାଶଥାଉକି, ଗତ ୧୬ତାରିଖ ଦିନ ରାଜ୍ୟକୁ ପ୍ରଥମ ପର୍ଯ୍ୟାୟରେ ଟିକା ଆସିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।