ଶ୍ୱଶୁର ଘରୁ ଚୋରି କରି ଜେଲ ଗଲେ ଜ୍ୱାଇଁ

ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ୱଶୁର ଘରୁ ଚୋରି କରି ଜ୍ୱାଇଁକୁ ଜେଲ ଦଣ୍ଡ ଭୋଗିବାକୁ ପଡିଛି । ଏହି ଚୋରି ମାମଲାର ତଦନ୍ତ ବେଳେ ସିସିଟିଭି ଫୁଟେଜରୁ ଜ୍ୱାଇଁ ଚୋରି କରିଥିବା ଦେଖିବାକୁ ମିଳିଥିଲା । ଏନେଇ ଜ୍ୱାଇଁଙ୍କୁ ଆଇଗିଣିଆରୁ ଗିରଫ କରିଛି କମିଶନରେଟ ପୋଲିସ । ଜ୍ୱାଇଁ ଚୋରି କରିଥିବା ବାଇକ ଓ ସୁନାଗହଣାକୁ ଜବତ କରିଛି ପୋଲିସ । ଏଠାରେ ସୂଚନାଯୋଗ୍ୟ ଯେ. ଗିରଫ ହୋଇଥିବା ଯୁବକ ଜଣକ ଏକ ନାମୀଦାମୀ ହୋଟେଲର କୁକ୍ ।

Leave A Reply

Your email address will not be published.