ସ୍କୁଲ ଖୋଲିବା ନେଇ ପ୍ରସ୍ତୁତ ହେଉଛି ଏସଓପି

ଭୁବନେଶ୍ୱର, ଦୀର୍ଘମାସର କରୋନା ପ୍ରକୋପରେ ରାଜ୍ୟରେ ପୁଣି ଥରେ ଶିକ୍ଷା ବ୍ୟବସ୍ଥା ସ୍ୱାଭାବିକ ହେବାକୁ ଯାଉଛି । ଗତ ୧ ତାରିଖରୁ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଖୋଲାଯାଇଛି । ଏହାପରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାର ସମ୍ଭାବନା ରହିଛି । ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ‘ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଏସଓପି ପ୍ରସ୍ତୁତ କରାଯାଉଛି । ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଖୋଲିବା ପାଇଁ ଏସଆରସି ମାର୍ଗଦର୍ଶିକା ଜାରି କରିଛନ୍ତି । ପ୍ରଥମରୁ ଅଷ୍ଟମ ଖୋଲାଯିବ କିନ୍ତୁ କେବେଠାରୁ ସ୍କୁଲ ଖୋଳାଯିବାନେଇ ସ୍ପଷ୍ଟସେନେଇ କିଛି ସ୍ପଷ୍ଟ କରିନାହାନ୍ତି ମନ୍ତ୍ରୀ ।

Leave A Reply

Your email address will not be published.