You are currently viewing ସର୍ବନିମ୍ନ ମଜୁରୀର ସଂଶୋଧନ କଲା ରାଜ୍ୟ କ୍ୟାବିନେଟ

ସର୍ବନିମ୍ନ ମଜୁରୀର ସଂଶୋଧନ କଲା ରାଜ୍ୟ କ୍ୟାବିନେଟ

  • Post category:ଓଡିଶା
  • Reading time:1 mins read

ଏଏନଏସ : ଆଜି ପୂର୍ବହ୍ନରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସରକାର କେତକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତନ୍ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ବୃଦ୍ଧି କରାଯାଇଥିବା ଜଣାଯାଇଛି ।

ମିିିଳିଥିବା ସୂଚନା ମୁତାବତ, ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ ପ୍ରାୟ ୨୫ପ୍ରତିଶତ ବୃଦ୍ଧି କରାଯାଇଛି । ୧୮ହଜାର ୭୮୮ଶିକ୍ଷକଙ୍କୁ ନିଯୁକ୍ତି ମିଳିବ ବୋଲି ନିଷ୍ପତି ହୋଇଛି । ସେହିଭଳି ଓଡିଆ ଅସ୍ମିତା ପାଇଁ ୨ଶହ କୋଟି ଟଙ୍କାର କରପ୍ସଫଣ୍ଡ ଗଠନ କରାଯିବ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛି ।

ଏତଦବ୍ୟତୀତ ପିଏମ କିଷାନ ଯୋଜନାରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀ ମାନକଙ୍କୁ ତାଲିକାରେ ସାମିଲ କରାଯିବ ବୋଲି ନିଷ୍ପତ୍ତି ନେଇଛି କ୍ୟାବିନେଟ । ସୂଚନାଯୋଗ୍ୟ ମୋହନ ସରକାରଙ୍କର ଏହାଥିଲା ଦ୍ୱିତୀୟ କ୍ୟାବିିନେଟ ବୈଠକ ।

ଅନ୍ୟମାନଙ୍କୁ ଜଣାନ୍ତୁ।