ରାଜ୍ୟରେ ଶୀତ ଦିନେ ଗରମର ପ୍ରକୋପ

ଭୁୁବନେଶ୍ୱର, କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଛି । ସାଧାରଣତଃ ଜାନୁଆରୀ ଏବଂ ଫେବୃଆରୀ ମାସରେ ଅତ୍ୟଧିକ ଶୀତ ହୋଇଥାଏ । କିନ୍ତୁ ଏବେ ଜାନୁଆରୀ ମାସ ନସରୁଣୁ ଶୀତ ଗାଏବ ହୋଇଯାଇଛି । ଦିନର ତାପମାତ୍ରା ୩୪ ଡିଗ୍ରି ଅତିକ୍ରମ କଲାଣି। ଯାହା କି ଓଡ଼ିଶା ଇତିହାସରେ ପ୍ରଥମ। ସାଧାରଣତଃ ଜାନୁଆରୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ରହିଥାଏ। କିନ୍ତୁ ଚଳିତ ବର୍ଷ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରିରୁ ଅଧିକ ରେକର୍ଡ ହେଲାଣି। ଆଜି ରାଜ୍ୟର ୨୦ଟି ଷ୍ଟେସନର ଅର୍ଥାତ୍ ୮୦%ରୁ ଅଧିକ ରାଜ୍ୟର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି।

Leave A Reply

Your email address will not be published.