ଭୁବନେଶ୍ୱର(ଏଏନଏସ)୩୦/୦୧, ଗତକାଲି ଝାରସୁଗୁଡା ଅଞ୍ଚଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ସ୍ୱାମୀ ମନ୍ତ୍ରୀ ନବ କିଶୋର ଦାସଙ୍କ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ଓଡିଶା ପୋଲିସର ଏଏସଆଇ ଗୋପାଳ କୃଷ୍ଣ ଦାସ । ତତ୍କ୍ଷଣାତ ନବ ଦାସଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡାରୁ ଭୁବନେଶ୍ୱରକୁ ଅଣାଯାଇ ଆପୋଲ ହସ୍ପିଟାଲରେ ଏକ ଡାକ୍ତରୀ ଟିମ ଚିକିତ୍ସା ଆରମ୍ଭ କରିଥିବା ବେଳ ସମସ୍ତ ଚେଷ୍ଟା ସତ୍ତ୍ୱେ ଚିକିତ୍ସା ସମୟରେ ଆଖି ବୁଜିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ତାଙ୍କ ବିୟୋଗରେ ସାରା ରାଜ୍ୟ ୩ ଦିନିଆ ରାଜ୍ୟ ଶୋକ ପାଳନ କରୁଛି । ୩୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟ ବ୍ୟାପୀ ଶୋକ ପାଳନ ହେବ । ୩ ଦିନ ଧରି ସରକାରୀ ଭାବେ ହେବନି ମନୋରଞ୍ଜନ କାର୍ଯ୍ୟକ୍ରମ ।

ଶେଷକୃତ୍ୟ ସ୍ଥଳରେ ଅର୍ଦ୍ଧନିର୍ମିତ ହେବ ଜାତୀୟ ପତାକା । ଆସନ୍ତାକାଲି ଯାଏଁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ ହୋଇଛି । ଅନ୍ୟପଟେ ମନ୍ତ୍ରୀଙ୍କ ବାସଭବନକୁ ଯାଇ ଇ ଶେଷ ଦର୍ଶନ କରିବା ସହ ତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି । ଏହାଛଡା ରାଜ୍ୟପାଳ ମଧ୍ୟ ପହଞ୍ଚି ମନ୍ତ୍ରୀଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଗତକାଲି ମନ୍ତ୍ରୀଙ୍କ ପୋଷ୍ଟମର୍ଟମ ପରେ ଦଳୀୟ ନେତା ଓ ସମର୍ଥକଙ୍କ ଶେଷ ଦର୍ଶନ ପାଇଁ ମନ୍ତ୍ରୀଙ୍କ ବାସଭବନକୁ ମନ୍ତ୍ରୀଙ୍କ ମର ଶରୀର ଯାଇଥିଲା । ଆଜି ସେଠାରେ ବହୁ ନେତା ଓ ଦଳୀୟ କର୍ମୀ ପହଞ୍ଚି ମନ୍ତ୍ରୀଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଜନ୍ମମାଟି ଝାରସୁଗୁଡ଼ାରେ ନବ ଦାସଙ୍କ ଅନ୍ତିମ ସଂସ୍କାର ହେବ । ସ୍ୱତନ୍ତ୍ର ବିମାନ ଯୋଗେ କର୍ମଭୂର୍ମିକୁ ଯିବ ମନ୍ତ୍ରୀଙ୍କ ପାର୍ଥିବ ଶରୀର । ମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ । ତେବେ ମନ୍ତ୍ରୀଙ୍କ ଶେଷକୃତ୍ୟ ବେଳେ ସେଠାରେ ୩ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏବେ ଭୁବନେଶ୍ୱରର ସରକାରୀ ବାସଭବନରେ ମନ୍ତ୍ରୀ ମରଶରୀର ଥିବା ସୂଚନା ମିଳିଛି । କିଛି ସମୟ ପରେ ବିଜେଡ଼ି କାର୍ଯ୍ୟାଳୟକୁ ନିଆଯିବ ମନ୍ତ୍ରୀଙ୍କ ପାର୍ଥିବ ଶରୀର ।