ପୁରୀ-୩୦.୦୪.୨୦୨୧, ବଢୁଥିବା କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ପୁରୀ ସହରରେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୁରୀ ସହରର ସମସ୍ତ ଦୋକାନ ଶୁକ୍ରବାରଠାରୁ ସକାଳ ୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଔଷଧ ଦୋକାନ ସମେତ ଷ୍ଟ୍ରିଟ୍ ଫୁଡ୍, ଖାଦ୍ୟ ପ୍ରସ୍ତୁତ କରୁଥିବା ଦୋକାନ ଓ ରେଷ୍ଟୁରାଣ୍ଟ ରାତ୍ର ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ଦୋକାନୀମାନେ କେବଳ ପାର୍ସଲ ଯୋଗେ ଖାଦ୍ୟ ଦେଇପାରିବେ। ଦୋକାନ ସାମ୍ନାରେ ଗ୍ରାହକଙ୍କୁ ଖାଦ୍ୟ ଖାଇବାକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ସଂକ୍ରମଣର ମାତ୍ରା ଅହେତୁକ ଭାବେ ବଢ଼ିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ପୁରୀ ବ୍ୟବସାୟୀ ସଂଘ ବୁଧବାର ଜିଲ୍ଲାପାଳଙ୍କୁ ଭେଟି ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ଅପିଲ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ବ୍ୟବସାୟୀ ସଂଘ ସହ ଆଲୋଚନା ହୋଇଥିଲା। ତେବେ କ୍ଷୁଦ୍ର ବ୍ୟବସାୟୀମାନେ ପାଇକାରୀ ବ୍ୟବସାୟୀ ସଂଘର ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ। ସନ୍ଧ୍ୟା ୬ଟାରେ ଦୋକାନ ବଜାର ବନ୍ଦ ହୋଇଗଲେ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହେବ ବୋଲି ସେମାନେ ମତ ରଖିଥିଲେ। ବିଭିନ୍ନ ବ୍ୟବସାୟୀ ସଙ୍ଗଠନ ସହ ଆଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ସନ୍ଧ୍ୟା ୬ଟା ପରେ କେବଳ ଖାଦ୍ୟ ବିକ୍ରୟ କରୁଥିବା ଦୋକାନୀଙ୍କୁ ବ୍ୟବସାୟ ଲାଗି ଅନୁମତି ଦେଇଛି। ଏନେଇ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ବ୍ୟବସାୟୀ ସଙ୍ଗଠନ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଶୁକ୍ରବାରଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଦିନ ବେଳା ମ୍ୟୁନିସିପାଲିଟି ଟିମ୍ ଏନେଇ ଜନସାଧାରଣ ଓ ଦୋକାନୀଙ୍କୁ ସଚେତନ କରିବ। ଅନ୍ୟପକ୍ଷରେ ବ୍ୟବସାୟୀ ସଂଘ ନିଷ୍ପତ୍ତି ପରେ ଗୁରୁବାର ଅପରାହ୍ନ ୨ଟା ପରେ ପୁରୀ ସହରର ଅଧିକାଂଶ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବଳଗଣ୍ଡି, ମାର୍କେଟ ଛକ, ମରିଚିକୋଟ୍ ଓ ବଡ଼ଶଙ୍ଖ ପରିବା ମାର୍କେଟରେ କାଁ ଭାଁ ଦୋକାନ ଖୋଲା ଥିଲା।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍