You are currently viewing ମିଠା ଦେଇ ଲୁଟିଲା ଭଡାଟିଆ

ମିଠା ଦେଇ ଲୁଟିଲା ଭଡାଟିଆ

ମାଲକାନଗିରି, ମିଠା ଦେଇ ଲୁଟିଲା ଭଡାଟିଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସଦର ମହକୁମା ବିବିଗୁଡ଼ା କଲୋନୀରେ । ମିଠାରେ ନିଶା ମିଶାଇ ଖାଇବାକୁ ଦେବା ପରେ ଲୁଟି ନେଲା ଲକ୍ଷାଧିକ ଟଙ୍କା । ସୂଚନା ଅନୁସାରେ ଲୁଟେରା ଜଣକ ୩ ମାସ ଆଗରୁ ଘର ଭଡାରେ ନେଇଥିଲା । ଚୋରି କରିବା ଲକ୍ଷ୍ୟ ନେଇ ସମସ୍ତ ଗତିବିଧି ଉପରେ ନଜର ରଖୁଥିଲା ଲୁଟେରା । ଏହା ପରେ ଚାକିରି ହୋଇଥିବା କହି ମିଠା ଦେବାକୁ ଯାଇଥିଲା ଲୁଟେରା । ପୂର୍ବ ପ୍ରସ୍ତୁତି ଅନୁସାରେ ମିଠାରେ ନିଶା ଦେଇଥିଲା ଲୁଟେରା ଓ ପରେ ଲୁଟିନେଇଥିଲା ୩୫ ଲକ୍ଷର ସୁନା ଓ ୨ ଲକ୍ଷ ଟଙ୍କା । ୩ ମାସ ଆଗରୁ ଲୁଟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଲୁଟେରା ।

ଅନ୍ୟମାନଙ୍କୁ ଜଣାନ୍ତୁ।