You are currently viewing ବସ ଉପରକୁ ଓଲଟିଲା ଟ୍ରକ, ରକ୍ଷା ପାଇଲେ ଯାତ୍ରୀ

ବସ ଉପରକୁ ଓଲଟିଲା ଟ୍ରକ, ରକ୍ଷା ପାଇଲେ ଯାତ୍ରୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର- ଭାରସାମ୍ୟ ହରାଇ ବ୍ରିଜ ଉପରୁ ବ୍ରିଜ ତଳକୁ ଓଲଟି ଗଲା ଲୁହାପଥର ବୋଝେଇ ଟ୍ରକ । ଟ୍ରକଟି ବ୍ରିଜ ତଳେ ଯାଉଥିବା ଏକ ଯାତ୍ରୀବାହୀ ବସ ଉପରେ ଓଲଟି ଯାଇଛି । ଏଭଳି ଏକ ଦୁର୍ଘଟଣା ଘଟିଛି କେନ୍ଦୁଝରର ଘସିପୁରା ଥାନା ଶାଳପଡ଼ା ନିକଟରେ । ବସଟି ‘ପଦ୍ମାବତୀ’ ବସ ବୋଲି ଜଣାପଡିଛି । ଡ୍ରଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସର ୫୦ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ ମୟୂରଭଞ୍ଜର କରଞ୍ଜିଆରୁ ଭୁବନେଶ୍ବରକୁ ଯାଉଥିଲା ବସ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।