ନୂଆଦିଲ୍ଲୀ, ସାରା ଦେଶରେ ଜାନୁଆରୀ ୧୬ରୁ ହେବ ଟୀକାକରଣ । ଉଚ୍ଚସ୍ତରୀୟ ବୈଠକ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତି ନେଇଛନ୍ତି । ମକର ସଂକ୍ରାନ୍ତି, ପୋଙ୍ଗଲ ଓ ଲୋହଡ଼ି ପରେ ଦେଶରେ ଟୀକାକରଣ ଆରମ୍ଭ ହେବ । ୩ କୋଟି ଆଗଧାଡିର କର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।