ବନ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ

ବଣାଇ(୭.୧୦.୨୨) : ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ବନ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳ ଡେଙ୍ଗେଇଢିପା ଗାଁରେ ।  ଗ୍ରାମବାସୀଙ୍କ ଆକ୍ରମଣରେ ୫ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦେଢ଼ ମାସ ହେବ ୨ଟି ଦନ୍ତା ହାତୀ ବଣାଇ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି। ହାତୀ ଦୁଇଟି ରାତିରେ ଗାଁରେ ପଶି ଘରଦ୍ୱାର ଭଙ୍ଗାରୁଜା କରିବା ସହ ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ଲୋକେମାନେ ହାତୀ ଭୟରେ ରାତି ରାତି ଅନିଦ୍ରା ହୋଇ ପିଲାଛୁଆଙ୍କୁ ବାହାରେ ପଡ଼ି ରହୁଛନ୍ତି। ପ୍ରାୟ ଦେଢ଼ ମାସ ଭିତରେ ଦୁଇଟି ଦନ୍ତା ହାତୀ ଦେଢ଼ଶହ ଘର ଭାଙ୍ଗି ଦେଇଥିବା  ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଏନେଇ ବନ ବିଭାଗକୁ ଜଣାଇବା ପରେ ବନ କର୍ମଚାରୀ ପ୍ରତ୍ୟେକ ଦିନ ଆସି ହାତୀ ଘଉଡାଉଛନ୍ତି। ହେଲେ କିଛି ସୁଫଳ ମିଳୁ ନାହିଁ। ପୁଣି ଦୁଇଟି ହାତୀ ଆସି ଉପଦ୍ରବ କରୁଛନ୍ତି। ଏନେଇ ସିପିଏମ୍  ଓ ଗ୍ରାମବାସୀଙ୍କ ପକ୍ଷରୁ  କିଛି ଦିନ ତଳେ ବଣାଇ ଡିଏଫଓ ଅଫିସ କରାଯାଇଥିଲା।  ହାତୀ ଦୁଇଟିକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ନେଇଯିବାକୁ ଦାବି କରାଯାଇଥିଲା। ହେଲେ ଏଥିରେ କୌଣସି ସୁଫଳ ମିଳିନଥିଲା। ଗତକାଲି ହାତୀ ଘଉଡାଇବା ପାଇଁ ଆସିଥିବା ବନ କର୍ମଚାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଏନେଇ ବଚସା ହୋଇଥିଲା। ପରେ ଗ୍ରାମବାସୀମାନେ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  

Leave A Reply

Your email address will not be published.