ଭୁବନେଶ୍ୱର (୧୭.୧୦.୨୨) : ଓଡିଶା ସତସଂଘ ଭୁବନେଶ୍ୱର ଆନୁକୁଲ୍ୟରେ ନମ୍ଭେମ୍ବର ୧ ତାରିଖ ୨୦୨୦ ଠାରୁ ଦୈନିକ ଅନୁଷ୍ଠିତ ହୋଇ ଆସୁଥିଲା । ତାହା ଆଜି ୭୦୦ ଦିନରେ ପହଞ୍ଚିଛି । ଏହି ଆଭାସୀ ସତସଂଘରେ ରାଜ୍ୟ, ଦେଶ ତଥା ବିଦେଶରେ ରହୁଥିବା ଭକ୍ତମାନେ ଏହି ଏହି ପାର୍ଥନାରେ ଅଂଶ ଗ୍ରହଣ କରୁଥିଲେ । ସୁବାସ ଚନ୍ଦ୍ର ସାହୁଙ୍କ ଅକ୍ଲାନ୍ତ ପରିଶ୍ରମରେ ଏହି ଆଭାସି ସତସଂଘ ଆଗେଇ ଚାଲିଛି ।

ପ୍ରତ୍ୟେକ ସପ୍ତାହରେ ମାତୃ ଏବଂ ଶିଶୁ ସତସଙ୍ଘ କରାଯାଉଛି । ତେବେ ବର୍ତ୍ତମାନ ସମାଜରେ ଦେଖା ଦେଉଥିବା ହିଂସା ବାଦ ଦୂର କରିବା ପାଇଁ ଏହି ପରିବାର ସତସଙ୍ଗ କରିବାର ମୂଳ ଉଦେଶ୍ୟ । ସାତଶହତମ ଦିବସରେ ସୁକାନ୍ତ ସେଠ, ପ୍ରାତଃ ବିନତୀ ପ୍ରାଥନା କରିଥିବା ବେଳେ ଠାକୁରଙ୍କର ସହ ପ୍ରତିଋତିକ ବିପିନ ବିହାରୀ ମିଶ୍ର , ବିପିନ ବିପିନ ବିହାରୀ ନାୟକ ଯଥାକ୍ରମେ ପବିତ୍ର ଗ୍ରନ୍ଥ ସତ୍ୟାନୁସରଣ କରିଥିଲେ

। ଆସାମର ଦେବହୁତୀ ଚକ୍ରବର୍ତ୍ତୀ, କେଉଁଝରର ପଟେଲ କୁମାର ମହନ୍ତ , କେଲକାତାର ପ୍ରିତି ବସୁ , ଢେଙ୍କାନାଳର ସୋଭନା ମଲ୍ଲିକ, ଭୁବନେଶ୍ୱରର କେଶବଚନ୍ଦ୍ର ସାହୁ ପ୍ରମୁଖ ଠାକୁ ରଙ୍କ ଭଜନ ପରିବେଶଣ କରିଥିଲେ । ତେବେ ଠାକୁରଙ୍କର ଏହି ଦିବ୍ୟ ଆଲୋଚନାରେ ଡ. ରମାକାନ୍ତ ମିଶ୍ର, ଅଭୟକୁମାର ପରିଡା ଲକ୍ଷ୍ମୀଧର ସାହୁ, ରମେଶ ଚନ୍ଦ୍ର ମିଶ୍ର , ପଣ୍ଡିତ ହ୍ରୃଶିକେଷ ଆଚାର୍ଯ୍ୟ ଯୋଗ ଦେଇ ଜଣେ ଭଲ ମଣିଷ କିପରି ହୋଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ସାଉଥ ଆଫ୍ରିକାର ସୁମନ୍ତ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।