ସମ୍ବଲପୁର, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା ବଢ଼ିବାରେ ଲାଗିଛି । ଏନେଇ ରାଜ୍ୟରେ ପୁଣି ଥରେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ତେବେ ଏନେଇ ଚଳିତ ବର୍ଷ ସିଦ୍ଧ ଶୈବ ପୀଠ ହୁମା ବିମଳେଶ୍ବର ବାବାଙ୍କ ବକ୍ର ମନ୍ଦିରରେ ଜାଗର ଯାତ୍ରା ହେବ ନାହିଁ। ଏହି ଜାଗର ଯାତ୍ରା ପ୍ରାୟ ଏକ ସପ୍ତାହ ଧରି ଅନୁଷ୍ଠିତ ହୋଇଥାଏ । ୧୧ ତାରିଖରୁ ୧୭ ତାରିଖ ଯାଏଁ ହୁମା ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । କିନ୍ତୁ ରୀତିନୀତି ଅନୁସାରେ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯିବ । ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଯାତ୍ରା କମିଟିର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ୧୧ ତାରିଖ ଦିନ ମନ୍ଦିର ପରିସରରେ ଭକ୍ତ ମାନେ ଜାଗର ଜାଳିବେ ନାହିଁ। ସେହିପରି ୧୧ ତାରିଖରୁ ୧୭ ତାରିଖ ଯାଏଁ ୭ ଦିନ ଧରି ଚାଲୁଥିବା ମେଳା ଲାଗିବ ନାହିଁ ଏବଂ ଦୋକାନ ବଜାର ବସିବ ନାହିଁ।
ଚଳିତ ବର୍ଷ ହେବ ନାହିଁ ହୁମା ବିମଳେଶ୍ବର ମନ୍ଦିରରେ ଜାଗର ଯାତ୍ରା
- Post published:March 4, 2021
- Post category:ଓଡିଶା
- Reading time:1 mins read