ଭୁବନେଶ୍ୱର,୧୭/୦୮: ଓଡିଶା ସରକାର ରାଜ୍ୟରେ ୧୨ ଟି ଜିଲ୍ଲାରେ ରାଜ୍ୟ ସ୍ତରୀୟ ସେରୋଲୋଜିକାଲ ସର୍ଭେ ହେବ । ରାଜ୍ୟ ସ୍ତରୀୟ ସେରୋଲୋଜିକାଲ ସର୍ଭେ ପାଇଁ ଆରଏମଅରେସି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ସେହି ୧୨ ଟି ଜିଲ୍ଲା ଗୁଡିକ ହେଉଛି- ସମ୍ବଲପୁର,ସୁନ୍ଦରଗଡ,ଝାରସୁଗୁଡା,କେନ୍ଦୁଝର,ଖୋର୍ଦ୍ଧା,ପୁରୀ,ବାଲେଶ୍ୱର,ମୟୁରଭଞ୍ଜ,ଯାଜପୁର,କନ୍ଧମାଳ,କଳାହାଣ୍ଡି ଓ ନବରଙ୍ଗପୁର । ସାରା ରାଜ୍ୟରେ ସାଧାରଣ ଜନତା ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ମଧ୍ୟରେ SARS-CoV-2 ଆଣ୍ଟିବଡିଗୁଡିକର ବୟସ-ନିର୍ଦ୍ଦିଷ୍ଟ ପ୍ରାଦୁର୍ଭାବର ଆକଳନ ଏବଂ ତୁଳନା କରିବା ଉଦ୍ଦେଶ୍ୟରେ ଏହି ସର୍ଭେ କରାଯିବ ।
