You are currently viewing ଏହିସବୁ ସମସ୍ୟା ଦୂର କରେ ଭଜା ରସୁଣ, ଜାଣନ୍ତୁ କ’ଣ?

ଏହିସବୁ ସମସ୍ୟା ଦୂର କରେ ଭଜା ରସୁଣ, ଜାଣନ୍ତୁ କ’ଣ?

  • Post category:ଓଡିଶା
  • Reading time:1 mins read

ପ୍ରତ୍ୟେକ ଓଡିଆଙ୍କ ରୋଷେଇ ଘରେ  ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ରସୁଣର ପ୍ରୟୋଗ କରାଯାଇଥାଏ । କେହି କେହି ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ସକାଳେ ଖାଲି ପେଟରେ ରସୁଣ ମଧ୍ୟ ଖାଇଥାନ୍ତି । ପୋଷକ ତତ୍ତ୍ୱରେ ଭରପୁର ରସୁଣ ଆପଣଙ୍କ ସ୍ୱାସ୍ଥ୍ୟ ଓ ପାଚନ ତନ୍ତ୍ରକୁ ମଜବୁତ କରିଥାଏ ।
ଏହାଛଡ଼ା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପୁରୁଷମାନେ ଯଦି ଭଜା ହୋଇଥିବା ରସୁଣ ଖାଆନ୍ତି ତେବେ ତାଙ୍କର ସ୍ୱାସ୍ଥ୍ୟରେ ବହୁ ପ୍ରକାର ଲାଭ ହୋଇଥାଏ । ଆସନ୍ତୁ ଜାଣିବା ପୁରୁଷଙ୍କ ପାଇଁ ଭଜା ରସୁଣର କ’ଣ ସବୁ ଫାଇଦା ରହିଛି।

ରସୁଣ ଆପଣଙ୍କ ପାଚନ ତନ୍ତ୍ର ପାଇଁ ବହୁତ ଲାଭକାରୀ ହୋଇଥାଏ । ଯେଉଁ ପୁରୁଷଙ୍କ ପାଚନ ପକ୍ରିୟାରେ ସମସ୍ୟା ଦେଖାଯାଇଥାଏ ସେମାନେ ରସୁଣ ଖାଇବା ଉଚିତ୍‌ ।

ଏକ ଗବେଷଣା ଅନୁଯାୟୀ, ଯେଉଁ ବ୍ୟକ୍ତି ଏଣ୍ଟି ଭାଇରାଲରେ ଜଡିତ ସେମାନେ ଭଜା ରସୁଣ ଖାଇବା ଉଚିତ୍‌ । ଏହାଦ୍ୱାରା ସେମାନଙ୍କର ପ୍ରାୟ ୬୦ ଭାଗ ଥଣ୍ଡା କମିଯାଇଥାଏ ।

ସେହିଭଳି ଯେଉଁ ଲୋକଙ୍କ ହାଇ ବ୍ଲଡ ପ୍ରେସର ବା ଉଚ୍ଚ ରକ୍ତ ଚାପ ସମସ୍ୟା ରହିଥାଏ ସେମାନେ ଭଜା ରସୁଣ ଖାଇବା ଉଚିତ୍‌ । ଏହାଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିପାଇଁ ଆପଣ ୪ ପାଖୁଡା ରସୁଣ ଭାଜି କରି ଖାଇପାରିବେ।

ଏସବୁ ବ୍ୟତୀତ ଯେଉଁ ଲୋକଙ୍କ ହାଇ କୋଲେଷ୍ଟ୍ରୋଲ ଥାଏ, ସେମାନଙ୍କୁ ହୃଦୟ ଜନିତ ରୋଗ ଶୀଘ୍ର ଆସିଥାଏ । ତେଣୁ ଏହି ବ୍ୟକ୍ତି ଭଜା ରସୁଣ ଖାଇବା ଦ୍ୱାରା ହାଇ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇଥାଏ ଓ ଆପଣଙ୍କ ହୃଦୟ ମଧ୍ୟ ସୁସ୍ଥ ରହିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।