ଚଳିତ ବର୍ଷ ପରୀକ୍ଷାର୍ଥୀ ଦେବେ ୮୦ ମାର୍କର ପରୀକ୍ଷା

ଭୁବନେଶ୍ୱର, ଚଳିତ ବର୍ଷ ପରୀକ୍ଷାର୍ଥୀ ୧୦୦ ମାର୍କର ପରୀକ୍ଷା ପରିବେର୍ତ୍ତେ ୮୦ ମାର୍କର ପରୀକ୍ଷା ଦେବେ । ପରୀକ୍ଷା ଶେଷ ହେବାର ୪୫ ରୁ ୫୦ଦିନ ମଧ୍ୟରେ ବାହାରିବ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପୂର୍ବରୁ ୫୦ମାର୍କର ସବଜେକ୍‌ଟିଭ୍‌ ଓ ୫୦ ମାର୍କର ଅବଜେକ୍‌ଟିଭ୍‌ ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ । କିନ୍ତୁ ଏବେ ୫୦ ମାର୍କର ଅବଜେକ୍‌ଟିଭ୍‌ ଓ ୩୦ ମାର୍କର ସବଜେକ୍‌ଟିଭ୍‌ ପରୀକ୍ଷା ଦେବେ । ସେପଟେ ଆସନ୍ତା ୮ ତାରିଖରେ ଖୋଲିବାକୁ ଯାଉଛି ଶିକ୍ଷାନୁଷ୍ଠାନ । ଆସନ୍ତା ମେ ମାସରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସହ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.