କାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନ

ସୁବର୍ଣ୍ଣପୁର (୨୪.୩.୨୩) : ଶୁନଶାନ ହୋଇଯାଇଛି ଗାଁ ଦାଣ୍ଡ । ପରସ୍ପର ଭିତରେ  ଟୁପୁରୁ ଟାପୁରୁ ଚାଲିଥିବା ବେଳେ ଗାଁ ଭିତରେ ଗାଡି ଦେଖିଲେ ଡରିଯାଉଛନ୍ତି ଏମାନେ । ଯେଉଁମାନେ ବି ଗାଁ ଦାଣ୍ଡରେ ଛିଡା ହୋଇ ରହିଛନ୍ତି ସେମାନଙ୍କ ପାଟିରୁ କଥା ବାହାରୁନି। ମନର କୋହକୁ ମନଭିତରେ ଚାପି କେବଳ ଝୁରି ହେଉଛନ୍ତି ତିନି କୋମଳ ମତି ଶିଶୁଙ୍କୁ ।ସେପଟେ ଏକୋଇର ବଳା ପୁଅ ସୁବ୍ରତକୁ ହରାଇ ମାଁ ବାହୁନି ବାହୁନି କାନ୍ଦୁୁଥିବା ବେଳେ ବେସାହାରା ହୋଇ ପଡିଛନ୍ତି ବାପା । ସଂସାର ଉଜୁଡି ଗଲା କୂଳ ବି ରହିଲାନି । ଯାହାକୁ ନେଇ ଭାଙ୍ଗି ପଡିଛନ୍ତି ମୃତ ସୁବ୍ରତର ବାପା ଓ ମାଁ । ଖାଲି ଏମାନେ ନୁହଁନ୍ତି, ଗୋଟିଏ ଗାଁରୁ ତିନି ତନି ଜଣଙ୍କର କାର ଧକ୍କାରେ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି । ବିଶ୍ୱାସ ବି କରିପାରୁନାହାନ୍ତି ଗ୍ରାମବାସୀ । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ କଲାପଥର ପଂଚାୟତ ସରଧାପାଲି ଗାଁର ଘଟଣା । କାର୍ ଧକ୍କାରେ ମୃତ୍ୟୁବରଣ କରିଥିବା ତିନି ନିଷ୍ପାପ ଶିଶୁଙ୍କୁ ଝୁରି ହେଉଛନ୍ତି ଗ୍ରାମବାସୀ । ଏଯାଏ କାହାରି ଚୁଲି ଜଳି ନଥିବା ବେଳେ ଏମାନଙ୍କୁ ଝୁରି ହେଉଛନ୍ତି ଶରଧାପାଲି ଗ୍ରାମବାସୀ ।ସୁବର୍ଣ୍ଣପୁର ବିନିକା ରାସ୍ତାର ସରଧାପାଲି ଗାଁ ବୁଲାଣି ରାସ୍ତାରେ ରହିଛି ସରଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଠିକ୍ ପରିକ୍ଷା ସରିବା ପରେ ଛାତ୍ର/ଛାତ୍ରୀମାନେ ହସ ଖୁସୀରେ ଘରକୁ ଯିବାକୁ ବାହାରିଥିଲେ । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ସୁବ୍ରତ ଭୁଏ,ଷଷ୍ଠ ଶ୍ରେଣୀର ଛାତ୍ର ରାଜେସ ପେରା,ଏବଂ ପଂଚମ ଶ୍ରେଣୀ ଛାତ୍ର ରାଜା ପେରା ଙ୍କ ପାଇଁ ନୀୟତିର ଲେଖାଥିଲା ଭିନ୍ନ କିଛି । ଅକାଳରେ ଚାଲିଗଲା ତିନି ନିଷ୍ପାପ ଶିଶୁଙ୍କ ଜୀବନ। ଅର୍ଜୁନପୁରରୁ ବିନିକା ରାସ୍ତା ଦେଇ ଦୃତ ଗତିରେ ଆସୁଥିବା ଏକ ମହେନ୍ଦ୍ରା କ୍ୱାଣ୍ଟମ ଗାଡି ସ୍କୁଲ ଫାଟକ ନିକଟରେ ୪ ଶିଶୁଙ୍କୁ ଧକ୍କା ଦେଇଥିଲା ।

Leave A Reply

Your email address will not be published.