ରାଜ୍ୟରୁ ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧,୮୬୪ରେ ପହଞ୍ଚିଛି।

ଏହି ତିନି ଜଣ ମୃତକଙ୍କ ମଧ୍ୟରୁ ଜଣେ ରାୟଗଡ଼ା ଜିଲ୍ଲାର ୫ ମାସର ଶିଶୁ ରହିଛି। ଅନ୍ୟ ଜଣେ ହେଉଛନ୍ତି ମହିଳା। ଏହି ମହିଳା ଜଣଙ୍କ ଭୁବନେଶ୍ୱରର ବାସିନ୍ଦା। ତାଙ୍କୁ ୬୦ ବର୍ଷ ହୋଇଥିଲା। ତାଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ନଥିଲା। ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.