You are currently viewing ଉପଜିଲ୍ଲାପାଳଙ୍କ ଅଫିସରେ ଉଡ଼ିଲା ଓଲଟା ପତାକା

ଉପଜିଲ୍ଲାପାଳଙ୍କ ଅଫିସରେ ଉଡ଼ିଲା ଓଲଟା ପତାକା

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(ଏ ଏନ୍ ଏସ)୧୬/୦୮, ଉପଜିଲ୍ଲାପାଳଙ୍କ ଅଫିସରେ ଉଡ଼ିଲା ଓଲଟା ତ୍ରିରଙ୍ଗା। ଜାତୀୟ ସଙ୍ଗୀତ ମଧ୍ୟ ଗାନ ହେଲା। ହେଲେ ଏଭଳି ସାଙ୍ଘାତିକ ତ୍ରୁଟି ଉପରେ କାହାର ନଜର ପଡ଼ିଲାନି। କ୍ୟାମେରା ଲେନ୍ସରେ ତ୍ରୁଟି ଧରାପଡ଼ିବାରୁ ଦଉଡ଼ି ଛିଣ୍ଡି ପତାକା ଓଲଟି ଯାଇଥିବା ସଫେଇ ଦିଆଯାଇଛି। ତେବେ ଏହି ଦାୟିତ୍ଵହୀନତା ପାଇଁ କିଏ ଦାୟୀ ସେନେଇ ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ, ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସରେ ସ୍ଵାଧୀନତା ଦିବସ ପାଳନ ବେଳେ ସାଙ୍ଘାତିକ ତ୍ରୁଟି ଦେଖିବାକୁ ମିଳିଛି। ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଓ କର୍ମଚାରୀଙ୍କ ଗହଣରେ ଓଲଟା ପତାକା ଉତ୍ତୋଳନ କରାଯାଇଛି। ତେବେ ଏହି ତ୍ରୁଟିପୂର୍ଣ୍ଣ ପତାକା ଉତ୍ତୋଳନ ଉପରେ କାହାର ନଜର ପଡ଼ିନଥିଲା।

କ୍ୟାମେରା ଲେନ୍ସରେ ଧରାପଡ଼ିବା ପରେ ଦଉଡ଼ି ଛିଣ୍ଡିଯିବା ଯୋଗୁଁ ପତାକା ଓଲଟି ଯାଇଥିବା ସଫେଇ ଦେଇଛନ୍ତି ନୀଳଗିରି ଉପଜିଲ୍ଲାପାଳ। ପରେ ଜାତୀୟ ପତାକା ତଳକୁ ଓହ୍ଲାଇ ତ୍ରୁଟିକୁ ସୁଧାର କରାଯାଇଥିଲା। ତେବେ ଦାୟିତ୍ଵହୀନତା ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି। ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗରେ ଏନେଇ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନେଇ ସର୍ବସାଧାରାଣରେ ଦାବି ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।