ଭୁବନେଶ୍ବର-08.05.2021, ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣ ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସଂକ୍ରମଣ କମେଇବା ପାଇଁ ରାଜ୍ୟରେ ଗତ 5 ତାରିଖରୁ 14 ଦିନିଆ ଲକଡାଉନ ଘୋଷଣା ହୋଇଛି । ତେବେ ଲକଡାଉନ ବେଳେ କିଛି ଲୋକ ଅଫିସ ପରିଚୟ ପତ୍ର ଦେଖାଇ ନିଜ କାମରେ ବୁଲୁଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକଣା ଜୋରଦାର କରିବାକୁ ପୋଲିସ କମିଶନର ଟ୍ବିନ୍ସିଟିର ବେସରକାରୀ ସଂସ୍ଥାଗୁଡ଼ିକୁ ଯାତାୟତ କରୁଥିବା କର୍ମଚାରୀମାନଙ୍କ ତାଲିକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦାଖଲ କରିବାକୁ ସଂସ୍ଥାଗୁଡ଼ିକୁ ପୋଲିସ କମିଶନର କହିଛନ୍ତି ।ଏହା ସହ କେଉଁଠୁ କେଉଁଠାକୁ ଯାତାୟାତ ଜରୁରୀ ତାହା ମଧ୍ୟ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନ ସମୟରେ ଅଫିସ ଯାଉଥିବା କର୍ମଚାରୀଙ୍କୁ ସଂସ୍ଥା ଏକ ଅଥରାଇଜେସନ ଲେଟର ଦେବା ପାଇଁ ପୋଲିସ କମିଶନର କହିଛନ୍ତି ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ