You are currently viewing କୃଷ୍ଣଜନ୍ମରେ ଉତ୍ସବମୁଖର ଦେଶ, ୨ ଦିନ ପାଳିବେ ଜନ୍ମାଷ୍ଟମୀ

କୃଷ୍ଣଜନ୍ମରେ ଉତ୍ସବମୁଖର ଦେଶ, ୨ ଦିନ ପାଳିବେ ଜନ୍ମାଷ୍ଟମୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଆଜି ହେଉଛି ପବିତ୍ର କୃଷ୍ଣ ଜନ୍ମ ବା ଜନ୍ମାଷ୍ଟମୀ । ଭାଦ୍ରବ ମାସ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ତେଣୁ ଆଜିର ଏହି ଦିନଟିକୁ ପୁରା ଦେଶ ଜନ୍ମାଷ୍ଟମୀ ବା କୃଷ୍ଣଜନ୍ମ ଭାବେ ପାଳନ କରୁଛି । ତେବେ ଚଳିତ ବର୍ଷ ଦୁଇ ଦିନ କୃଷ୍ଣଜନ୍ମ ପାଳନ କରାଯିବ । କ୍ୟାଲେଣ୍ଡର ଅନୁସାରେ ୧୧ ତାରିଖ ଅର୍ଥାତ୍ ଆଜି କେହିକେହି ପାଳୁଥିବାବେଳେ, ଆସନ୍ତାକାଲି ଅର୍ଥାତ୍ ୧୨ତାରିଖରେ ମଧ୍ୟ ପାଳିପାରିବେ କୃଷ୍ଣଜନ୍ମ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗତକାଲି ମଧ୍ୟ ପାଳନ କରାଯାଇପାରିବ ।

ପ୍ରତି ଘରେ ଘରେ ସାଜ ସଜ୍ଜାରେ ପାଳନ କରାଯିବ ଏହି ପର୍ବ । ମୁଖ୍ୟତଃ ଯାଦବ ସମ୍ପ୍ରଦାୟର ଲୋକ ଏହି ପର୍ବକୁ ଧୁମଧାମର ସହ ପାଳନ କରିଥାନ୍ତି । କାରଣ ସେମାନଙ୍କ କହିବା ଅନୁସାରେ, କୃଷ୍ଣ ଯଦି ନନ୍ଦ ଯଶୋଦାଙ୍କ କୋଳରେ ଜନ୍ମ ହୋଇଛନ୍ତି, ତେବେ ସେ ଯାଦବ ପରିବାରରେ ଜନ୍ମ ନେଇଛନ୍ତି । ତେଣୁ ବେଶ ଆନନ୍ଦ ଉଲ୍ଲାସର ସହ ନୂତନ ପୋଷାକ ପରିଧାନ କରି ନାନାଦି ପ୍ରକାରର ଭୋଗ ଲଗାଇ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।