ଆଜି ହେଉଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନର ମତଦାନ


କୋଭିଡ୍ କଟକଣା ଭିତରେ ଆଜି ସକାଳ ୭ଟାରୁ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡଲାଇନ୍ ମାନିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ବୁଥ୍ ଗୁଡିକୁ ଭଲ ଭାବେ ସାନିଟାଇଜ କରାଯାଇଛି । ପ୍ରତ୍ୟେକ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯାଉଛି ।

ସମୁଦାୟ ୪ଲକ୍ଷ ଭୋଟର ଆଜି ମତଦାନ କରିବେ । ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ଭୋଟିଂ ବୁଥ୍ କରାଯାଇଛି । ଏଥିପାଇଁ ନିଯୁକ୍ତ ହୋଇଛନ୍ତି ୩ ହଜାର ୫୦୦ ପୁଲିଂ କର୍ମଚାରୀ, ୮ ଶହ ଲେଖାଏଁ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ । କେବଳ ସୁସ୍ଥ କର୍ମଚାରୀଙ୍କୁ ହିଁ ନିର୍ବାଚନ ପରିଚାଳନା କରିବା ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.