You are currently viewing ଆଜି ପବିତ୍ର ବଡଦିନ

ଆଜି ପବିତ୍ର ବଡଦିନ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ବଡଦିନ । ଧରା ପୃଷ୍ଠରେ ଅବତରଣ କରିଛନ୍ତି ଯିଶୁ । କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଡଦିନକୁ ପାଳନ କରାଯାଉଛି । ପୂର୍ବ ବର୍ଷମାନଙ୍କ ଭଳି ଏତେ ଧୁମଧାମରେ ପାଳନ ନ କରାଯାଉଥିଲେ ମଧ୍ୟ ବିିଭିନ୍ନ ଗୀର୍ଜାରେ ଶ୍ରଦ୍ଧାଳୁ ମାନେ ପ୍ରାର୍ଥନା କରୁଥିବାର ଜଣାପଡିଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେବଳ ବଡଦିନ ପାଇଁ ରାଜ୍ୟରେ ଥିବା ବିଭିନ୍ନ ଗୀର୍ଜାକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା କଟକଣା ଥିବାରୁ ବେଶି ଲୋକେ ଏକତ୍ରିତ ହେବା ଉପରେ ରୋକ ଲାଗିଛି। କୋଭିଡ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।