You are currently viewing ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୮/୦୭, ଆଜି ହେଉଛି ଶ୍ରମଣ ମାସର ପ୍ରଥମ ସୋମବାର ବୋଲବମ୍‌,ହରହର ବମ୍ ଧ୍ୱନୀରେ କମ୍ପୁଛି ଏକାମ୍ର କ୍ଷେତ୍ର । ଦୁଇବର୍ଷଧରି କରୋନା କଟକଣା ଯୋଗୁ ନିରାଶ ହୋଇଥିବା ମାନସିକଧାରୀ ଦୂରଦୂରାନ୍ତରୁ ଆସି ସମସ୍ତ ଶୈବ କ୍ଷେତ୍ରରେ ଜଳଲାଗି କରୁଛନ୍ତି । ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜଙ୍କ କ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭିଡକୁ ଦୃଷ୍ଟିରେ ରଖି କରଉଡିଆ ଓ ଭକ୍ତଙ୍କ ପାଇଁ ମାସ୍କ ପରିଧାନକୁ ବାଧ୍ୟତା ମୂୁଳକ କରାଯାଇଛି । ମନ୍ଦିର ବାହାରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ମନ୍ଦିର ଭିତରକୁ ଜରି ପ୍ଲାଷ୍ଟିକ ସାମଗ୍ରୀକୁ ବାରଣ କରାଯାଇଛି । ସେହିଭଳି ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଲୋକନାଥଙ୍କଠାରେ ମଧ୍ୟ ଜଳଲାଗି ନିମନ୍ତେ ଜମିଛି ହଜାରହଜାର କାଉଡିଆଙ୍କ ଭିଡ ।

ଅନ୍ୟମାନଙ୍କୁ ଜଣାନ୍ତୁ।