You are currently viewing ଆଜି ଟ୍ବିନ୍ ସିଟି କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସ

ଆଜି ଟ୍ବିନ୍ ସିଟି କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଆଜି ହେଉଛି ଭୁବନେଶ୍ବର-କଟକ କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସ । କୋଭିଡ ଗାଇଡଲାଇନ ମଧ୍ୟରେ ଶାନ୍ତିପୂର୍ଣ୍ଣଭାବେ କମିଶନରେଟ ଅଫିସରେ ପାଳନ କରାଯାଇଛି । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଉଦ୍‌ବୋଧନ ଦେଇ ଅଫିସର ଓ କର୍ମଚାରୀମାନଙ୍କ ଉତ୍ସାହ ବଢ଼ାଇଛନ୍ତି । ସେ କହିଛନ୍ତି ଯେ, କରୋନା ସମୟରେ କମିଶନରେଟ ପୋଲିସ ଭଲ କାମ କରିଛି । ୧୫୬୧ ଜଣ ପୋଲିସ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୭ ଜଣ ପୋଲିସ କର୍ମଚାରୀ କରୋନାରେ ସହିଦ ହୋଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସମୟରେ କୌଣସି ଅଘଟଣ ଟ୍ବିନ୍ ସିଟିରେ ହୋଇନାହିଁ । ପୋଲିସ କର୍ମଚାରୀ ୪୦୪୩ ୟୁନିଟ୍ ରକ୍ତ ଦାନ କରିବା ସହ ୪ ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ପହଞ୍ଚାଇଛନ୍ତି । ଉଲ୍ଲେଖନୀୟ ସଫଳତା ପାଇଁ ପୋଲିସ ଅଧିକାରୀଙ୍କୁ ପୋଲିସ ଡିଜି ଅଭୟ କଲେ ସମ୍ମାନିତ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।