You are currently viewing ଆଜି ହେଉଛି ଶ୍ରୀ ବିଗ୍ରହଙ୍କ ନବଯୌବନ ଦର୍ଶନ

ଆଜି ହେଉଛି ଶ୍ରୀ ବିଗ୍ରହଙ୍କ ନବଯୌବନ ଦର୍ଶନ

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ)୨୯/୦୬, ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ସକାଳ ସାଢେ଼ 7 ଟାରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଦିନ ସାରା ମହାପ୍ରଭୂ ଙ୍କ ବିଭିନ୍ନ ନିତିକନ୍ତି ଅଛି। ଏଣୁ ମଝି ରେ ମଝିରେ କିଛି ଘଣ୍ଟା ଦର୍ଶନ ବନ୍ଦ ହେବ। ସୁରକ୍ଷା ବ୍ୟବସ୍ଥା ପାଇଁ 40 ପ୍ଲାଟୁନ ପୋଲିସ୍ ମୁତୟନ ହୋଇଛନ୍ତି। ସେହିପରି ଗୁରୁବାର ଉଭାଯାତ୍ରା ଦିନ ସକାଳ 4 ଟାରୁ ସକାଳ ଟୋ 30 ଯାଏଁ, ମଧ୍ୟାହ୍ନ 12ଟା 30ରୁ ଅପରାହ୍ନ 1ଟା 30 ଯାଏଁ ଏବଂ ଅପରାହ୍ନ 3ଟା 30ରୁ ସନ୍ଧ୍ୟା 5ଟା ଯାଏଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ମିଳି ପାରିବ । ସେହିପରି ସକାଳ ଟୋ 30ରୁ ଦିନ ପ୍ରାୟ 12ଟା 30 ଯାଏଁ ଏବଂ ଅପରାହ୍ନ 1ଟା 30ରୁ 3ଟା 30
ଯାଏଁ ଦର୍ଶନ ବନ୍ଦ ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦନ ସକାଶେ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା 5 ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।