You are currently viewing ଆଜି ମାଗଣାରେ ବୁଲିବେ ସୂର୍ଯ୍ୟ ମନ୍ଦିର

ଆଜି ମାଗଣାରେ ବୁଲିବେ ସୂର୍ଯ୍ୟ ମନ୍ଦିର

  • Post category:ଓଡିଶା
  • Reading time:1 mins read

କୋଣାର୍କ(ଏଏନଏସ)୨୮/୦୧, ଆଜି ମାଘ ସପ୍ତମୀ ଉପଲକ୍ଷେଚଳଚଞ୍ଚଳ ହୋଇଉଠିଛି କୋଣାର୍କ । ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ପକାଇ ସୁର୍ଯ୍ୟମନ୍ଦିର ଦର୍ଶନ କରିଛନ୍ତି । ଏଥିପାଇର୍ ଆଜି ସୁର୍ଯ୍ୟମନ୍ଦିରରେ ପ୍ରବେଶକୁ ଶୁକ୍ଳଛାଡ କରାଯାଇଛି । ପବିତ୍ର ମାଘ ସପ୍ତମୀରେ ଆଜି ଗୋଟିଏ ଦିନ ପାଇଁ ଶ୍ରଦ୍ଧାଳୁ ମାନେ ମାଗଣା ଯାତ୍ରା କରିପାରିବେ। ଚନ୍ଦ୍ରଭାଗା ସ୍ନାନ ପରେ ମନ୍ଦିର ପରିକ୍ରମା ପରମ୍ପରା ରହିଥିବାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ କରାଯିବ ବୋଲି ସୂଚନା ମିଳିଛି । ଭିଡକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ୍‍ ପୋଲିସ ଫୋର୍ସଙ୍କୁ ମୂତୟନ କରାଯାଇଛି ବୋଲି ଏସ୍‍ପି କେ.ବିଶାଲ ସିଂହ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।