You are currently viewing ୧୦୦ ଟପିଲା ଟମାଟୋ ଦର

୧୦୦ ଟପିଲା ଟମାଟୋ ଦର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୩/୦୫, ରୋଷେଇଘରେ ଟମାଟୋ ମାଡ । ଏଇ କିଛିଦିନ ହେବ ଟମାଟୋର ମୂଲ୍ୟ ବହୁଳ ମାତ୍ରାରେ ବଢିଯାଇଛି । ରାଜ୍ୟରେ ଟମାଟୋ ଉତ୍ପାଦନ ହେଉନାହିଁ । ଟମାଟୋ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏହାର ଦର ଆକାଶ ଛୁଆଁ ହୋଇପଡିଛି । ରାଜଧାନୀରେ ଟମାଟୋ ଦର ୧୦୦ ଟପିଛି । ସପ୍ତାହେ ଧରି ୮୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଆଜି ୧୨୦ରେ ପହଞ୍ଚିଛି । ଏଭଳି ଦର ଲୋକଙ୍କ ପକେଟକୁ ବାଧୁଥିବା ବେଳେ ଅଳ୍ପ ପରିମାଣର ଟମାଟୋକିଣି କାମ ଚଳାଇ ନେଉଛନ୍ତି ଗ୍ରାହକ । ଦରକାରୀ ସାମଗ୍ରୀର ଏଭଳି ମହଙ୍ଗା ମାଡରେ ହନ୍ତସନ୍ତ ହେଉଛନ୍ତି ଲୋକେ ।

ଅନ୍ୟମାନଙ୍କୁ ଜଣାନ୍ତୁ।