You are currently viewing ରାଜଧାନୀ ଉପକଣ୍ଠ ଗାଁ ପାଇଁ ଟାଉନ ପ୍ଲାନିଂ ସ୍କିମ

ରାଜଧାନୀ ଉପକଣ୍ଠ ଗାଁ ପାଇଁ ଟାଉନ ପ୍ଲାନିଂ ସ୍କିମ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜଧାନୀର ଉପକଣ୍ଠରେ ଥିବା ଗାଁ ମାନଙ୍କ ପାଇଁ ଟାଉନ ପ୍ଲାନିଂ ସ୍କିମ ଆରମ୍ଭ ହୋଇଛି । ଏହି ସ୍କିମକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପକଣ୍ଠରେ ଥିବା ୫୮ଟି ରାଜସ୍ୱ ଗାଁ ନିମନ୍ତେ ୪୫ଟି ଟାଉନ ପ୍ଲାନିଂ ସ୍କିମକୁ ଅନୁମୋଦନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩୫୮ଜଣ ଜମି ମାଲିକଙ୍କୁ ନଗର ଉନ୍ନୟନ ମନ୍ତ୍ରୀ ପଟ୍ଟା ପ୍ରଦାନ କରିଛନ୍ତି । ଏହି ସ୍କିମକୁ ସଠିକ୍‌ ଭାବରେ କାର୍ଯ୍ୟକାରୀ କରିବା ସହ, ଧିରେଧିରେ ଅନ୍ୟ ସହରମାନଙ୍କରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।