ପଛପଟୁ କାରକୁ ଧକ୍କା ଦେଲା ଟ୍ରକ


ନୟାଗଡ(ଏଏନଏସ)୨୯/୦୬, ସୋନପୁର ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଟ୍ରକ ପଛପଟୁ ଧକ୍କା ଦେଲା ଏକ ସ୍ୱିଫ୍ଟ ଡିଜାର କାର । ଫଳରେ ଗୋଟିଏ ପରିବାରର ୮ ଜଣ ଗୁରୁତର ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ହରିବନ୍ଧୁ ମେହେର, ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ନେଇ ଏକ କାର ଯୋଗେ ସୋନପୁରରୁ ପୁରୀ ଯାଉଥିଲେ । । ନୂଆ ଗାଁ ଥାନା ସୋରଡା ନିକଟରେ ଏକ ଟ୍ରକ୍ ପଛପଟୁ ଧକ୍କା ଦେଲା । ଘଟଣାସ୍ଥଳରେ ସମସ୍ତେ ଆହାତ ହୋଇଥିଲେ । ଆହାତ ବ୍ୟକ୍ତିଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Leave A Reply

Your email address will not be published.

19 − one =