ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଚାଲିଗଲା ଜୀବନ

କେନ୍ଦ୍ରାପଡା(ଏଏନଏସ)୧୮/୧୦, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା କିଆରବାଙ୍କ ଗାଁରେ ଘଟିଛି  ଏହି ଦୁଃଖଦ ଘଟଣା। ସୂଚନା ମୁତାବକ, ଗାଁର କବି ପ୍ରସାଦ ପାହିଲ ନାମକ ଜଣେ ବ୍ୟକ୍ତିଙ୍କର ଅରୁଆ ଭାତ ଖାଇବା ପରେ ପେଟ ବ୍ଯଥା ଓ ମୁଣ୍ଡ ବିନ୍ଧା ହୋଇଥିଲା। ଏହାପରେ ପରିବାର ଲୋକେ କବିଙ୍କୁ ମହକାଳପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଡାକ୍ତର ଅଣ୍ଟାରେ ଓ ଭେନ୍ ରେ ଲଗାତାର ୬ଟି ଇଞ୍ଜେକସନ ଦେଇଦେଇଥିଲେ। ଯାହାଫଳରେ ହଠାତ୍ କବି ପ୍ରସାଦ ଅସୁସ୍ଥ ହୋଇଯାଇଥିଲେ। ତେବେ ସଙ୍ଗେ ସଙ୍ଗେ ତାଙ୍କୁ କେନ୍ଦ୍ରାପଡା ମେଡିକାଲ ନେଇଯାଇଥିଲେ ପରିବାର ଲୋକେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ତାଙ୍କ ଶବ ଘରକୁ ନେବାବେଳେ, ରାସ୍ତାରେ ତାଙ୍କ ହାର୍ଟ ଚାଲିବା ଭଳି ଲାଗିଥିଲା। ଯାହାଫଳରେ ପୁଣି ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଆସିଥିଲେ। ହେଲେ ଡାକ୍ତର ପରୀକ୍ଷା କରି ମୃତ ବୋଲି କହିଥିଲେ।ତେବେ କବି ପ୍ରସାଦଙ୍କୁ ଭୁଲ୍ ଇଞ୍ଜେକସନ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶବ ଧରି କେନ୍ଦ୍ରାପଡା ମେଡିକାଲରେ ବସି ରହିଛନ୍ତି। ଏହାର ତଦନ୍ତ କରି ଦୋଷୀ ଡାକ୍ତରଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.