ଦେବଗଡ଼, ଦେବଗଡ଼ ବାରକୋଟରେ ବାଘ ଛାଲ ଡିଲ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢ଼ାଉ କରିଛି । ଘଟଣାସ୍ଥଳରେ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରା ଏସଟିଏଫ । ସେଠାରୁ ଗୋଟିଏ ବାଘ ଛାଲ ଜବତ ହୋଇଛି। ତେବେ ଅଭିଯୁକ୍ତ ହେଲେ ଦେବଗଡ଼ ସଲୋହି ଗାଁର ସୋମନାଥ ପାତ୍ର, ରାଜୀବ ଲୋଚନ ପାତ୍ର । ସୂଚନା ଅନୁସାରେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିବ ତଦନ୍ତକାରୀ ଟିମ୍ ।