ରାଜ୍ୟରେ ଆଉ ଦୁଇଦିନ ଘନକୁହୁଡ଼ି

ଭୁବନେଶ୍ୱର, ପୁଣି ଥରେ ଦେଖାଦେଇଛି ରାଜ୍ୟରେ ଶୀତର ପ୍ରକୋପ । ଗତ କିଛି ଦିନ ରାଜ୍ୟରେ ଶୀତ ଉଭେଇ ଯାଇଥିବା ବେଳେ ଏବେ ପୁଣି ଥରେ ରାଜ୍ୟର ତାପମାତ୍ରା ଖସିବାରେ ଲାଗିଛି । ତେବେ ଆସନ୍ତା ୨ ଦିନ ରାଜ୍ୟରେ ଘନକୁହୁଡ଼ିର ପ୍ରଭାବ ରହିବ । ୭ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ ।
ଆଜି ରାଜ୍ୟର ୬ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ବେଳେ ୮ ସହର ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଛି। ତେବେ ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରି ରେକର୍ଡ ହୋଇଛି ।

Leave A Reply

Your email address will not be published.