You are currently viewing ଶାରଳା ମହାବିଦ୍ୟାଳୟରେ ଦୁଇ ଅଧ୍ୟାପକ ଆମରଣ ଅନଶନରେ

ଶାରଳା ମହାବିଦ୍ୟାଳୟରେ ଦୁଇ ଅଧ୍ୟାପକ ଆମରଣ ଅନଶନରେ

  • Post category:ଓଡିଶା
  • Reading time:1 mins read

ଜଗତସିଂହପୁର (ଏଏନଏସ)୨୨/୦୨, ଜଗତସିଂହପୁର ଜିଲ୍ଲା ଶରଳାମହାବିଦ୍ୟାଳୟ ରେ ଚାକିରିରେ ସ୍ଥାୟୀତ୍ୱ ନେଇ ମହାବିଦ୍ୟାଳୟ ଅଧକ୍ଷ୍ୟ ଙ୍କ ଅଫିସ ସମ୍ମୁଖ ରେ ଆମରଣ ଅନଶନରେ ବସିଛନ୍ତିଦୁଇ ଅଧ୍ୟାପକ ଇତିହାସ ବିଭାଗର ବିଭୁତି ଭୁଷଣ ନାୟକ, ଓ ଅର୍ଥନୀତି ବିଭାଗର ବାବାଜୀ ଚରଣ ଖୁଣ୍ଟିଆ, l ସୂଚନା ଅନୁଯାଇ ଶାରଳା ମହାବିଦ୍ୟାଳୟରେ ଦୀର୍ଘ ପଚିଶି ବର୍ଷ ହେବ ଅଧ୍ୟାପନା କରିଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କର ଚାକିରୀ ରେଗୁଲାର ହୋଇ ପାରିନାହିଁ l 2009 ବ୍ଲକ ଗ୍ରାଣ୍ଟପାଇଁ ଡ଼ି. ଏଚ. ଇ ଓ କୁ ପଠାଯାଇଥିଲା l କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହି ନିୟମରେ ଏହି ଦୁଇ ଅଧ୍ୟାପକ ବାଦ ପଡ଼ିଥିଲେ l ସେମାନଙ୍କ ଆବେଦନ କୁ ଡ଼ି. ଏଚ. ଇ ଓ. ରେ ରିଜେକ୍ଟ କରାଯାଇଥିଲା l ଯେଉଁଥିପାଇଁ ଦୁଇ ଅଧ୍ୟାପକ କୋଟର ଆଶ୍ରୟ ନେଇଥିଲେ l

ଏହା ଆଜିପର୍ଯ୍ୟନ୍ତ ଫଇସଲା ହୋଇ ପାରିନାହିଁ l ପୁନର୍ବାର ସେମାନଙ୍କ କାଗଜ ପତ୍ର କୁ ଡ଼ି. ଏଚ. ଇ ଓ. କୁ ପଠାଇ ଚାକିରୀକୁ ସ୍ଥାଇ କରାଇବାପାଇଁ ମହାବିଦ୍ୟାଳୟର ଅଧକ୍ଷ୍ୟଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଛନ୍ତି ସେମାନଙ୍କର ଦାବିକୁ ଯଦି କଲେଜ କର୍ତ୍ତୃପକ୍ଷ ବିଚାର ନ କରନ୍ତି ତେବେ ଦୁଇ ପରିବାରର ସଦସ୍ୟମାନଙ୍କ ସହିତ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ପ୍ରକାଶ କରିଛନ୍ତି l ଅନଶନ ନିମନ୍ତେ କଲେଜ ଅଧକ୍ଷ୍ୟ, ଜିଲ୍ଲାପାଳ, ଏସପି, ଉଚ୍ଚଶିକ୍ଷ୍ୟା ମନ୍ତ୍ରୀ, ଡ଼ି. ଏଚ. ଇ ଓ. କୁ ଅବଗତ କରାଇଛନ୍ତି l ଅନଶନ ସମ୍ପସର୍କରେ କଲେଜ ପ୍ରିନ୍ସପାଲ ନରେନ୍ଦ୍ର କୁମାର ଦାସ କୁହନ୍ତି ଯେ ଏମାନଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ରହିଛି ତେଣୁ ଉଚ୍ଚଶିକ୍ଷ୍ୟା ବିଭାଗ ସେମାନଙ୍କ ରେଗୁଲାର ଫାଇଲିକୁ ରିଜେକ୍ଟ କରିଛନ୍ତି, ଦ୍ୱିତୀୟତ ସେମାନେ କୋର୍ଟର ଆଶ୍ରୟ ନେଇଛନ୍ତି, ନିୟମ ଅନିଯାଇ ମୋର କିଛି ପଦକ୍ଷେପ ନେବାର ନାହିଁ l କାରଣ ମୁଁ ଏ କଲେଜକୁ ଛଅ ମାସହେବ ଦାୟିତ୍ୱ ଗ୍ରହଣ କରିଛି l 2009 ରୁ ଆଜିପର୍ଯ୍ୟନ୍ତ ଅନେକ ଅଧକ୍ଷ୍ୟ ଗଲେଣି ସେମାନେ କରିପାରିଲେ ନାହିଁ ମୁଁ ବା କଣ କରିପାରିବି?

ଅନ୍ୟମାନଙ୍କୁ ଜଣାନ୍ତୁ।