ଭୁବନେଶ୍ୱର (ଏ ଏନ ଏସ)୦୮/୦୭,ୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ । ଚ୍ୟାନେଲ ବ୍ୟାନ୍ କରିଛି ୟୁଟ୍ୟୁବ୍ । ବାଲେଶ୍ୱର ପୋଲିସ ଚ୍ୟାନେଲ ବନ୍ଦ କରିବାକୁ ୟୁଟ୍ୟୁବକୁ ଚିଠି ଲେଖିଥିଲା । ବ୍ୟାନ୍ ପରେ ଚ୍ୟାନେଲରୁ ସମସ୍ତ ଅଶ୍ଳୀଳ ରୋଷ୍ଟ ଭିଡିଓ ହଟିଯାଇଛି । ୟୁଟ୍ୟୁବର ଉଦିତ ନାୟକ ରେମୁଣା ଗୋଲେଇ ଗୁଳିକାଣ୍ଡରେ ସମ୍ପୃକ୍ତ ଥିଲା।
ଉଦିତ ଅଶ୍ଳୀଳ ରୋଷ୍ଟିଂ ଭିଡିଓ ପ୍ରସ୍ତୁତ କରି ରୋଜଗାର କରୁଥିଲା ଲକ୍ଷ ଲକ୍ଷ ଟଙ୍କା । ବାଲେଶ୍ୱର ପୋଲିସ ‘ଅନ୍ ଟାଲେଣ୍ଟେଡ୍ ଗାଏ’ ୟୁଟ୍ୟୁବ ଚ୍ୟାନେଲର ମୁଖ୍ୟ ଉଦିତ ନାୟକ ସହ ୫ଜଣଙ୍କୁ ଗିରଫ କରିଛି । ଗତ ୨୪ ତାରିଖ ସନ୍ଧ୍ୟାରେ ରେମୁଣା ଗୋଲେଇ ନିକଟରେ ଏକ ଗୁଳିକାଣ୍ଡ ହୋଇଥିଲା । ସେଥିରେ ଉଦିତ ନାୟକ ସାମିଲ୍ ଥିଲା ।
ଗିରଫ ଯୁବକଙ୍କ ଠାରୁ ୭ଟି ଦାମୀ ମୋବାଇଲ, ଗୋଟି ଖୋକା ସହ ମାଉଜର ଓ ଦୁଇଟି ବାଇକ ଜବତ କରିଛି ପୋଲିସ । ପୂର୍ବରୁ ଏକ ହତ୍ୟା ଘଟଣାରେ ଅଭିଯୁକ୍ତର ସମ୍ପୃକ୍ତି ଥିଲା। ଉଦିତର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ସହ ଅନଟାଲେଣ୍ଟେଡ ଗାଏ ୟୁଟ୍ୟୁବ ସାଇଟ୍କୁ ବନ୍ଦ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ବାଲେଶ୍ୱର ଏସ୍ପି।