ବ୍ରହ୍ମପୁର(କୃଷ୍ଣଚନ୍ଦ୍ର ପାଲ), ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କିରାଣୀ ମାନଙ୍କ ନିଯୁକ୍ତି ନେଇ ବିଭିନ୍ନ ଅଭିଯୋଗ ହେଉଥିବାବେଳେ ନିରବଦ୍ରଷ୍ଟା ସାଜିଛି ରାଜ୍ୟ ଗଣଶିକ୍ଷା ବିଭାଗ । ମଞ୍ଜୁରିପ୍ରାପ୍ତ ପଦବୀଠାରୁ ଅଧିକ ସଂଖ୍ୟକ କିରାଣୀଙ୍କୁ ଡେପୁଟେସନରେ ଆଣି ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ନିୟୋଜିତ କରାଯାଉଛି । ଡେପୁଟେସନରେ ଆସିବା ପାଇଁ ଓ ଡେପୁଟେସନରେ ନଆସିବା ପାଇଁ ଏହି କାର୍ଯ୍ୟାଳୟରେ ନିଲାମ ଚାଲିଛି । ଯେଉଁ କିରାଣୀମାନେ ଦୀର୍ଘଦିନ ଡେପୁଟେସନରେ ଅଛନ୍ତି ଓ ନିୟମିତ ମଞ୍ଜୁରୀପ୍ରାପ୍ତ ପଦବୀରେ ଚାକିରି କରିସାରିଛନ୍ତି ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉନାହିଁ କିମ୍ବା ଡେପୁଟେସନ ବାତିଲ ମଧ୍ୟ ହେଉନାହିଁ । ଡି.ଇ.ଓଙ୍କ ଅବହେଲା ଏଥିପାଇଁ ଦାୟୀ ବୋଲି ଶିକ୍ଷକ ସଂଘ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଛି । ୨୦୧୯ ସେପ୍ଟେମ୍ବର ମାସଠାରୁ ବଦଳ ହୋଇଥିବା କର୍ମଚାରୀଙ୍କ ଡେପୁଟେସନ ବାତିଲ ହୋଇନାହିଁ କିମ୍ବା ତାଙ୍କୁ ଡି.ଇ.ଓ ଙ୍କ କାର୍ଯ୍ୟାଳୟରୁ ରିଲିଭ ନକରିବା ଫଳରେ ବସ୍ତୁତଃ ସେମାନେ ସେହି କାର୍ଯ୍ୟାଳୟରେ କାମ କରୁଛନ୍ତି । ଗଞ୍ଜାମ ଡି.ଇ.ଓ ଜନୈକ ଏକ କିରାଣୀଙ୍କ ଆସ୍କା ବିଇଓଙ୍କ କାର୍ଯ୍ୟାଳୟରୁ ଆଞ୍ଚଳିକ ମାଧ୍ୟମିକ ଶିକ୍ଷା କାର୍ଯ୍ୟାଳୟ ବ୍ରହ୍ମପୁରକୁ ଡେପୁଟେସନର ଆଦେଶ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୦୨୦ ଠାରୁ ଉକ୍ତ କିରାଣୀଙ୍କ ଡେପୁଟେସନ ପାଇଁ ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶକଙ୍କ ସୁପାରିଶ ଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରାଇ ଦେଉନାହାନ୍ତି ଡିଇଓ । ଏହାର ପୁଙ୍ଖାପୁଙ୍ଖନ ତଦନ୍ତ କରି ସଂପୃକ୍ତ ଡିଇଓଙ୍କୁ ଅନ୍ୟତ୍ର ବଦଳି କରିବା ସହ ଏକ ସଚ୍ଚୋଟ ଅଫିସରଙ୍କୁ ଡିଇଓ ଭାବେ ନିଯୁକ୍ତ ଦେବାକୁ ଗଞ୍ଜାମ ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍