You are currently viewing ଉପନିର୍ବାଚନ ପାଇଁ ଆଜି  ବିଜ୍ଞପ୍ତି

ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୪/୦୫, ବ୍ରଜରାଜନଗର ବିଧାନ ସଭା କ୍ଷେତ୍ର ପାଇଁ ଉପନିର୍ବାଚନ ହେବ । ସେ ସଂକ୍ରାନ୍ତରେ ଆଜି ନିର୍ବାଚନ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଏହି ଆସନଟି ଖାଲି ପଡିଛି । ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କାନ ପତ୍ର ଦାଖଲ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରିଟନିଙ୍ଗ୍ ଅଫିସର ତଥା ଉପଜିଲ୍ଲାପାଳ । ମେ’୧୨ ତାରିଖରେ ନାମାଙ୍କନ ପତ୍ରକୁ ଯାଞ୍ଚ କରିବାକୁ ଥିବା ବେଳେ ମେ’୧୭ ତାରିଖରେ ନାମାଙ୍କନ ପତ୍ର ପତ୍ୟାହାର ଦିବସ ରହିଛି । ମେ’୩୧ ତାରିଖରେ ବ୍ରଜରାଜନଗର ବିଧାନ ସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ସେହିଭଳି ଜୁନ୍ ୫ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି । ସେହିପରି ମତଦାନ ସମୟ ସକାଳ ୭ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିଥିବା ବିଜ୍ଞପ୍ତିରୁ ପ୍ରକାଶ ।

ଅନ୍ୟମାନଙ୍କୁ ଜଣାନ୍ତୁ।