ଭୁବନେଶ୍ୱର, ରସୁଲଗଡ ନିକଟସ୍ଥ ମଳୟବିହାର ମହିଳା କ୍ଲବ ତରଫରୁ ପବିତ୍ର ଉତ୍କଳ ଦିବସ ପାଳନ କରାଯାଇଛି । ଏହି କ୍ଳବର ସମସ୍ତ ସଦସ୍ୟାମାନେ ଉତ୍କଳ ପ୍ରଦେଶ ଗଠନରେ ସକ୍ରିୟ ଭୂମିକା ନେଇଥିବା ମହାପୁରୁଷ ମାନଙ୍କର ସ୍ମୃତି ଚାରଣ କରିବା ସହ ଉତ୍କଳ ମଣି ପଣ୍ଡିତ ଗୋବନ୍ଧୁ ଦାସଙ୍କର ଜୀବନ ଶୈଳୀକୁ ଆପଣେଇବା ପାଇଁ ଶପଥ ନେଇଥିଲେ ।

ଏହି ସମାରୋହରେ କ୍ଲବର ସମ୍ପାଦିକା ସମାଜସେବୀ ସନ୍ଧ୍ୟା ମହାନ୍ତି, ଜୟ ଲକ୍ଷ୍ମୀ ଦାସ, ଲିଲି ମାଝୀ ପ୍ରମୁଖ ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।