ପୁରୀରେ ଭିନ୍ନକ୍ଷମଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଟୀକାକରଣ ବ୍ୟବସ୍ଥା

ପୁରୀ -୨୦.୦୫.୨୦୨୧, ରାଜ୍ୟରେ କରୋନା ମହାମାରୀକୁ ମାତ୍ ଦେବା ପାଇଁ ଟିକାକରଣ ସଫଳ ଭାବେ ଜାରି ରହିଛି । ଏନେଇ ପୁରୀ ଜିଲ୍ଲାରେ ଟିକାଟରଣ ବ୍ୟାପକ କରିବା ପାଇଁ ଭିନ୍ନକ୍ଷମଙ୍କ ଟିକାକରଣ ଆରମ୍ଭ ହୋଇଛି । ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତି ଓ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ବଳଗଣ୍ତି ଉଚ୍ଚ ବିଦ୍ୟାଳୟରେ ଟୀକାକରଣ ବ୍ୟବସ୍ଥା କରାଯାଇଛି। । ଆଜି ୭୨ ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରହିଛି । ସ୍ବତନ୍ତ୍ର ଗାଡି ମାଧ୍ୟମରେ ସେମାନଙ୍କୁ ଆଣି ଟିକା ପ୍ରଦାନ କରାଯାଉଛି ।

Leave A Reply

Your email address will not be published.