ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ମୁହୂର୍ତ୍ତର ଅନ୍ତ ହୋଇଛି |ଯାହାକୁ ସାରା ଦେଶ ଅନାଇ ବସିଥିଲା ତାର ପ୍ରାରମ୍ଭିକ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି |କରୋନା ମହାମାରୀ କବଳରୁ ଏବେ ସାରା ଦେଶ ରକ୍ଷା ପାଇପାରିବ | ଆଜି ଟୀକାକରଣ ଅଭିଯାନ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |ଏହି ଟିକାକରଣ ଶୁଭାରମ୍ଭ ଅଭିଯାନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କୁ ଅଭିଭାଷଣ:-
କହିଲେ ବହୁ ଜିଲ୍ଲାରେ କୋରୋନାରେ କାହାରି ମୃତ୍ୟୁ ହୋଇନାହିଁ, ୧୫୦ରୁ ଅଧିକ ଦେଶକୁ ଭାରତ ଜରୁରୀ ମେଡିସିନ୍ ପଠାଇଛି, ଅନ୍ୟ ଦେଶର ଲୋକଙ୍କୁ ବଞ୍ଚାଇବାକୁ ଭାରତ ଚେଷ୍ଟା କରିଛି | କୋରୋନା ଟିକା ଆସିଯାଇଛି, ସମସ୍ତଙ୍କୁ ଆଜିର ଦିନକୁ ଅପେକ୍ଷା ଥିଲା, କମ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରାଯାଇଛି | ବହୁ କୋରୋନା ଯୋଦ୍ଧା ନିଜ ଘରକୁ ଫେରି ପାରିଲେ ନାହିଁ, ୩୦ ଜାନୁଆରିରେ ଦେଶରେ ପ୍ରଥମେ କୋରୋନା ଚିହ୍ନଟ ହୋଇଥିଲା |ମାତ୍ର ୧୭ ଜାନୁଆରିରେ ଭାରତ ପ୍ରଥମ ଆଡ୍ଭାଇଜରି ଜାରି କରିଥିଲା, କୋରୋନା ସମୟରେ ଭାରତ ନିଜ ସାମର୍ଥ୍ୟ ଦେଖାଇ ‘ବନ୍ଦେ ଭାରତ’ ମିସନରେ ୩୫ ଲକ୍ଷ ଭାରତୀୟଙ୍କୁ ଦେଶକୁ ଅଣାଯାଇଥିଲା | କେନ୍ଦ୍ର ଓ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଏକଜୁଟ୍ ହୋଇ କାମ କରିଛନ୍ତି, ଭାରତରେ କୋରୋନା ମୃତ୍ୟୁ ହାର ବହୁତ କମ ରହିଛି |ଦେଶରେ ଦୁଇ ଦୁଇଟି ଭ୍ୟାକ୍ସିନ ପ୍ରସ୍ତୁତ ହୋଇଛି | ଦିନରାତି ଲାଗି ଭ୍ୟାକ୍ସିନ ପ୍ରସ୍ତୁତ କରିଛନ୍ତି ଆମ ବୈଜ୍ଞାନିକ | ତାଳି, ଥାଳି, ଦୀପ ଜଳାଇ ଆମେ ଆତ୍ମବିଶ୍ୱାସ ବଢାଇଥିଲୁ
| ଦେଶରେ ଲକଡାଉନ ପାଇଁ ପଦକ୍ଷେପ ସମ୍ଭବ ନଥିଲା , ଜୀବନ ଅଛି ତ ସବୁ ଅଛି, ମନ୍ତ୍ର ସାରା ଦେଶରେ ଚଲାଇଲୁ | ଟିକାକରଣ ପାଇଁ ରାଜ୍ୟର ସହଯୋଗରେ ଆଗେଇଛୁ | ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦିଆଯିବ | ପ୍ରଥମ ଟିକା ପରେ ପରବର୍ତ୍ତୀ ଟିକା ଦେବା ସମୟ ଜଣାଇ ଦିଆଯିବ |ଟିକା ନେଲେ ବି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଜରୁରୀ ଅଟେ |
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍