ଭୁବନେଶ୍ୱର, ଆଜିଠାରୁ ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକଙ୍କୁ ଦିଆଯିବ କରୋନା ଟୀକା । ୬୦ ବର୍ଷରୁ ଅଧିକ ବ୍ୟକ୍ତି କିମ୍ବା ୪୫ ବର୍ଷରୁ ଅଧିକ ରୋଗରେ ପୀଡିତ ଥିବା ବ୍ୟକ୍ତିମାନେ ଏହି ପର୍ଯ୍ୟାୟରେ ଟୀକା ନେବେ । ତେବେ ଟୀକା ନେବା ପାଇଁ ଆଗୁଆ ପଞ୍ଜିକରଣ କରିବାକୁ ପଡିବ । ଟୀକା ନେବା ପାଇଁ କୋୱିନ ପୋର୍ଟାଲରେ ନାଁ ଏବଂ ମୋବାଇଲ ନମ୍ବର ଦେଇ ଆଗୁଆ ପଞ୍ଜୀକରଣ କରିବାକୁ ପଡିବ । ସରକାରୀ ହସ୍ପିଟାଲରେ ମାଗଣାରେ ଟୀକା ଦେବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ବେସରକାରୀ ହସ୍ପିଟାଲରେ ଅର୍ଥ ଦେବାକୁ ପଡିବ ।
ସେହିପରି ଆଜି କରୋନା ଟୀକା ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏମ୍ସ ହସ୍ପିଟାଲରେ ସକାଳ ସମୟରେ କରୋନା ଟୀକା ନେଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଟୀକା ନେଉଥିବା ସମୟର ଫଟୋ ପୋଷ୍ଟ କରି ଜଣାଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଯେ, ‘ଡାକ୍ତର ଓ ବୈଜ୍ଞାନିକଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି ମହାମାରୀ କରୋନା ମହାମାରୀ ବିରୋଧରେ ଲଢେଇ କରିପାରୁଛି’ ।
ସେ ସମସ୍ତଙ୍କୁ କରୋନା ଟୀକା ନେବା ପାଇଁ ମଧ୍ୟ ଅପିଲ କରିଛନ୍ତି ।

ଅନ୍ୟପଟେ ଆଜି ରାଜଧାନୀ ଭୁବନେଶ୍ୱରରେ ବିଧାନସଭା ପରିସରରେ ଥିବା ଚିକିତ୍ସାଳୟରେ କରୋନା ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।